ନୂଆଦିଲ୍ଲୀ: 'ବିଗବସ୍ 13'ର ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥଙ୍କ ଡେବ୍ୟୁ ୱେବ୍ ସିରିଜ୍ ହେଉଛି 'Broken But Beautiful 3', ଯାହାର ଦୁଇଟି ସିଜିନ ପୂର୍ବରୁ ରିଲିଜ୍ ହୋଇସାରିଛି ।
ଅଲ୍ଟବାଲାଜୀ ର ଆଗାମୀ ୱେବ୍ ସିରିଜ୍'Broken But Beautiful 3' ର ଟିଜର ଆଜି ଲଞ୍ଚ କରାଯାଇଛି । ଏହି ସିରିଜରେ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ଏବଂ ସୋନିଆ ରାଠୀ ଅଭିନୟ କରିଛନ୍ତି।
- " class="align-text-top noRightClick twitterSection" data="
">
ଏହି ସିରିଜରେ ସିଦ୍ଧାର୍ଥ ଅଗସ୍ତ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସୋନିଆଙ୍କୁ ରୁମି ଭୂମିକାରେ ଦେଖିବାକୁ ମିଳିବ। ଟିଜରରେ ଉଭୟେ ଭଲପାଇବା ଉପରେ ପ୍ରଶ୍ନ କରୁଥିବାର ନଜର ଆସିଛନ୍ତି । ଏଥିସହିତ ଟିଜରରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।
ଏହାପୂର୍ବରୁ, 'Broken But Beautiful' ର ଉଭୟ ଦୁଇଟି ପାର୍ଟ ବହୁତ ଲୋକପ୍ରିୟ ହୋଇଥିଲା ।
ପ୍ରକାଶ ଥାଉ ଯେ, ଏହି ସିରିଜ୍ ମେ 29 ରେ ଅଲ୍ଟବାଲାଜୀ ରେ ମୁକ୍ତିଲାଭ କରିବ ।