ETV Bharat / sitara

ବିଗ ବସ ହାଉସରୁ ପ୍ରତିଯୋଗୀ ଗିରଫ

ଚର୍ଚ୍ଚାରେ ଏବେ ମରାଠୀ 'ବିଗ ବସ' । ସାତାରା ପୋଲିସ 'ବିଗ ବସ' ଘରେ ପଶି ଜଣେ ପ୍ରତିଯୋଗୀକୁ ଗିରଫ କରିଛନ୍ତି ।

author img

By

Published : Jun 21, 2019, 6:02 PM IST

ଡିଜାଇନ ଫଟୋ

ମୁମ୍ବାଇ: ଛୋଟ ପରଦାର ରିଆଲିଟି ଶୋ 'ବିଗ ବସ' ଏମିତି ଏକ ଶୋ ଯାହା ଘରେ ଘରେ ପପୁଲାର । କିନ୍ତୁ ମରାଠୀ 'ବିଗ ବସ'ରେ ଏମିତି କିଛି ଘଟିଛି ଯାହା କୌଣସି 'ବିଗ ବସ' ହାଉସରେ କେବେ ଘଟିନଥିଲା ।

ଆଜ୍ଞା ହଁ, ମହାରାଷ୍ଟ୍ର ପୋଲିସ 'ବିଗ ବସ' ମରାଠୀ ଶୋ ପ୍ରତିଯୋଗୀ ଅଭିଜିତ ବିଚକୁଲଙ୍କୁ ଗିରଫ କରିଛି । ପୋଲିସ 'ବିଗ-ବସ' ମେକର୍ସଙ୍କ ସହ କଥାବାର୍ତ୍ତା କରି ଏହି କାର୍ଯ୍ୟନୁଷ୍ଠାନ ନେଇଛି । କଥାଟି ହେଲା କି ଅଭିଜିତଙ୍କ ବିରୋଧରେ ପୋଲିସକୁ ଚେକ ବାଉନ୍ସ ମାମଲାରେ ଅଭିଯୋଗ ମିଳିଥିଲା । ଯାହାକୁ ଆଧାର କରି ପୋଲିସ 'ବିଗ-ବସ' ହାଉସରେ ହିଁ ତାଙ୍କୁ ଗିରଫ କରିଛି । ଅନ୍ୟପଟେ ଘରେ ଥିବା ଅନ୍ୟ ପ୍ରତିଯୋଗୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରକାଶ ଥାଉକି ସାତାରା ପୋଲିସ ସୋମବାର ମୁମ୍ବାଇ ଫିଲ୍ମସିଟିରେ ସ୍ଥିତ 'ବିଗ ବସ' ଘରେ ପହଞ୍ଚି ଅଭିଜିତଙ୍କୁ ଗିରଫ କରିଥିଲା । ତାଙ୍କୁ ଗିରଫ କରିବା ପାଇଁ ସାତାରା ପୋଲିସ ସେଠାର ସ୍ଥାନୀୟ ପୋଲିସଙ୍କ ସାହାଯ୍ୟ ନେଇଥିଲା । ଅଭିଜିତଙ୍କୁ ଗିରଫ କରି ପୋଲିସ ଟିମ ସାତାରା ଫେରିଥିଲା । ଆଜି ଅଭିଜିତଙ୍କୁ କୋର୍ଟରେ ହାଜର କରାଯାଇପାରେ । ଜଣାଇ ଦେଉଛୁ ଯେ ଏଥର 'ବିଗ ବସ' ହାଉସରେ ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଥିଲେ ଅଭିଜିତି । 'ବିଗ ବସ' ଘରେ ତାଙ୍କର ଅନେକ ବିବାଦ ଦେଖିବାକୁ ମିଳିସାରିଛି ।

'ବିଗ ବସ' ମରାଠୀରୁ ଚର୍ଚ୍ଚାରେ ଆସିଥିବା ଅଭିଜିତି ସାତାରାର ବାସୀନ୍ଦା । 'ବିଗ ବସ' ପୂର୍ବରୁ ତାଙ୍କର ନିର୍ବାଚନ ଲଢିବାର ସୌଖୀନ ରହିଛି । ଏଯାବତ ସେ ସାଂସଦ ଠାରୁ ନେଇ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ନିର୍ବାଚନ ଜିତିନାହାଁନ୍ତି ।

Intro:Body:

asda

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.