ମୁମ୍ବାଇ: ବହୁ ପ୍ରତୀକ୍ଷା ପରେ ଟିଭି ପରଦାକୁ ଅସିଲା ରିୟାଲିଟି ଶୋ 'ବିଗ୍ ବସ୍ ୧୫' । ଗତକାଲି ଏହି ଶୋ'ର ପ୍ରିମିୟର ଆରମ୍ଭ ହୋଇଯାଇଛି । ଚଳିତ ସିଜିନର ଥିମ ରହିଛି ଜଙ୍ଗଲ । ଥିମ ଆଧାରରେ ଗତକାଲି ପ୍ରିମିୟର ଶୋ'ରେ ଦମଦାର ଏଣ୍ଟ୍ରି କରିଥିଲେ ଶୋର ହୋଷ୍ଟ ସଲମାନ ଖାନ୍ । 'ଜଙ୍ଗଲ ହେ ଅଧିରାତ ହେ' ଗୀତରେ ଶୋ'କୁ ଏଣ୍ଟ୍ରି କରିଥିଲେ ସଲମାନ । ଯାହା ବିଗ୍ ବସ୍ ପ୍ରେମୀଙ୍କୁ ବେସ ପସନ୍ଦ ଆସିଥିଲା । ପ୍ରିମିୟର ଶୋ'ରେ ବଲିଉଡର ହଟ ଓ ଷ୍ଟାଇଲିସ ଅଭିନେତା ରଣବୀର ମଧ୍ୟ ସାମିଲ ହୋଇଥିଲେ । ଶୋ'ର ଉଦଘାଟନୀ ପରେ ସଲମାନ ସମସ୍ତ ପ୍ରତିଯୋଗୀମାନଙ୍କୁ ପରିଚିତ କରାଇଥିଲେ । ତେବେ ପ୍ରତିଯୋଗୀ ମାନେ ନିଜ ନିଜ ଅନ୍ଦାଜରେ ଶୋ'କୁ ଏଣ୍ଟ୍ରି କରିଥିଲେ ।
ମୁମ୍ବାଇ ଫିଲ୍ମ ସିଟିରେ ବିଗ୍ ବସ୍ ହାଉସ ପ୍ରସ୍ତୁତ କରାଯାଇଥିବା ବେଳେ ଥିମ ଅନୁଯାୟୀ ହାଉସକୁ ସଜାଯାଇଛି । ଏନେଇ ପୂର୍ବରୁ ମଧ୍ୟ ଫଟୋ ଭାଇରାଲ ହୋଇଥିଲା । ଯାହା ଦେଖିବାକୁ ଅତ୍ୟନ୍ତ ବିଳାଶପୂର୍ଣ୍ଣ ରହିଛି । ତେବେ ଅନେକ ନୂଆ ମହଁ ଚଳିତ ସିଜିନରେ ଦେଖିବାକୁ ମିଳିଛି । ନୂଆ ପୁରୁଣା ଚେହେରାକୁ ନେଇ ଶୋ'ରେ ଧମାକାଦାର ଟ୍ବିଷ୍ଟ ଆସିବା ନେଇ ଦର୍ଶକ ଆଶା ରଖିଛନ୍ତି । ତେବେ ଗତକାଲି ରାତି ୯ଟା ୩୦ରେ ଏହାର ପ୍ରିମିୟର ଶୋ ଆରମ୍ଭ ହୋଇଥିଲା । ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହା ଟେଲିକାଷ୍ଟ ହେବ ।
ତେବେ ଚଳିତ ସିଜିର ପ୍ରତିଯୋଗୀ ରହିଛନ୍ତି ଟିଭି ଅଭିନେତା ତଥା ରୟାଲିଟି ଶୋ' ହୋଷ୍ଟ ଜୟ ଭାନୁଶାଲି, କରନ କୁନ୍ଦ୍ରା, ସ୍ବରାଗିଣୀ ଅଭିନେତ୍ରୀ ତେଜସ୍ୱିନୀ ପ୍ରକାଶ, ସିମ୍ବା ନାଗପାଲ୍, ପୂର୍ବତନ ସାମ୍ବାଦିକ ତଥା ଅଭିନେତ୍ରୀ ଡୋନାଲ ବିଶ୍ , 'ବିଗ୍ ବସ୍ ୧୩' ର ପ୍ରତିଯୋଗୀ ଆସିମ ରିଆଜଙ୍କ ଭାଇ ଉମର ରିଆଜ , ମଡେଲ ସାହିଲ୍ ଶ୍ରଫ୍, ପଞ୍ଜାବି ଗାୟୀକା ଆଫସାନା ଖାନ୍, ବିଗବସ ଓଟିଟି ର ଦ୍ବିତୀୟ ରନର୍ସ ଅପ ଶମିତା ଶେଟ୍ଟୀ, ବିଗବସ ଓଟିଟିର ପ୍ରତିଯୋଗୀ ପ୍ରତୀକ ସେହଜପାଲ, ଗାୟକ ଆକାଶ ସିଂ , ବିଗବସ ଓଟିଟି ପ୍ରଥମ ରନର୍ସ ଅପ ନିଶାନ୍ତ ଭଟ , ସ୍ପିଡ୍ସଭିଲା ୧୨ର ପ୍ରତିଯୋଗୀ ମିସା ଆୟର, ଟିଭି ଅଭିନେତ୍ରୀ ବିଦ୍ୟା ପାଣ୍ଡ୍ୟା ମଡେଲ୍ ଇଶାନ୍ ସେହଗାଲ୍।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ