ନୂଆଦିଲ୍ଲୀ: ବିଗବସରେ ନଜର ଆସିଥିବା ଅଭିନେତ୍ରୀ ନିକ୍କି ତମ୍ବୋଲି କୋଭିଡ -19 ପଜିଟିଭ ବୋଲି ଜଣାପଡିଛି । ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ନିକ୍କି କହିଛନ୍ତି ଯେ, ଆଜି ସକାଳେ ମୋର କୋରୋନା ରିପୋର୍ଟ ପଜିଟିଭ୍ ବାହାରିଛି, ଏବେ ମୁଁ ଘରେ କ୍ବାରେଣ୍ଟାଇନରେ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ସମସ୍ତ ସତର୍କତା ଅନୁସରଣ କରୁଛି ।
- " class="align-text-top noRightClick twitterSection" data="
">
ଅଭିନେତ୍ରୀ ଆହୁରି ଲେଖିଛନ୍ତି, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ସମସ୍ତେ ନିଜର କୋରୋନା ଟେଷ୍ଟ କରନ୍ତୁ । ମାସ୍କ ପିନ୍ଧନ୍ତୁ ଏବଂ କୋରୋନା ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରନ୍ତୁ ।
ପ୍ରକାଶ ଥାଉ ଯେ, ବିଗବସ୍ ର 14 ତମ ସିଜନ୍ ରେ ନିକ୍କି ପ୍ରତିଯୋଗୀ ଭାବରେ ନଜର ଆସିଥିଲେ । ନିକ୍କି ଜଣେ ସାଉଥ ଅଭିନେତ୍ରୀ ହୋଇଥିବାବେଳେ କାଞ୍ଚନା-3 ଚଳଚ୍ଚିତ୍ରରେ କାମ କରିଛନ୍ତି ।