ETV Bharat / sitara

ସିଦ୍ଧାର୍ଥଙ୍କ ସପୋର୍ଟରେ ବିଗ ବସ, ନିନ୍ଦା କଲେ ଦର୍ଶକ

author img

By

Published : Jan 23, 2020, 2:26 PM IST

ବିଗ ବସକୁ ଉପରେ ପ୍ରଶ୍ନ ଉଠାଇଲେ ଦର୍ଶକ । ପୁଣି ବିଗ ବସ ହାଉସରେ ସିଦ୍ଧାର୍ଥଙ୍କ ସପୋର୍ଟ କରି ହଟହଟା ବିଗ ବସ । ଆସୀମ ରିୟାଜଙ୍କୁ ନେଇ ବଢିଲା ଦର୍ଶକଙ୍କ ଚିନ୍ତା ।

bigg boss 13
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ

ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ବିଗ ବସ 13ରେ ପ୍ରତିଯୋଗୀଙ୍କ ମଧ୍ୟରେ ସବୁବେଳେ ଲଢେଇ, ଝଗଡା ଆଉ କେବେ କେବେ ପ୍ରେମ ମଧ୍ୟ ଦେଖିବାକୁ ମିଳେ । ଗୋଟିଏ ସମୟରେ ଘନିଷ୍ଠ ବନ୍ଧୁ ଥିବା ଫେମସ ପ୍ରତିଯୋଗୀ ଆସୀମ ରିୟାଜ ଓ ସିଦ୍ଧାର୍ଥ ଶୁକ୍ଲା ଏବେ ପରସ୍ପରର ଶତ୍ରୁ ସାଜିଛନ୍ତି । ନିକଟରେ ଗୋଟିଏ ଦିନରେ ଦୁଇଜଣଙ୍କ ଦୁଇଥର ଜବରଦସ୍ତ ଲଢେଇ ଦେଖିବାକୁ ମିଳିଥିଲା । ଯାହାପରେ ଦୁଇଜଣଙ୍କ ଲଢେଇ ବିଗ ବସ ସମ୍ଭାଳିଥିଲେ । ଏବେ ବିଗ ବସଙ୍କ ଏପରି କାର୍ଯ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଗ ବସ ଉପରେ ଅଭିଯୋଗ ମଧ୍ୟ ଲଗାଇଛନ୍ତି ଦର୍ଶକ ।

କଥାଟି ହେଲା ଯେ ବିଗ ବସ ନୋମିନେସନ ଟାସ୍କରେ ସଞ୍ଚାଳକ ସାଜିଥିଲେ ଆସୀମ । ଆଉ ଏହି ସମୟରେ କୌଣସି କଥାକୁ ନେଇ ସିଦ୍ଧାର୍ଥଙ୍କ ସହ ଲଢେଇ ହୋଇଥିଲା । ଏହି ଝଗଡାରେ ସିଦ୍ଧାର୍ଥ, ଆସୀମଙ୍କୁ ଧକ୍କା ମାରିଥିଲେ । ଯାହାକୁ ନେଇ ଖୁବ୍ ରାଗି ଯାଇଥିଲେ ଆସୀମ । ସେ ମଧ୍ୟ କେଉଁ ଚୁପ ବସିବା ବ୍ୟକ୍ତି । ଦୁଇଜଣଙ୍କ ଲଢେଇ ଏତେ ବଢିଯାଇଥିଲା ଯେ ପରିଶେଷରେ ଶୋ'ର ମେକର୍ସଙ୍କ ବୁଝାସୁଝା ପରେ ଏହି ଲଢେଇ ବନ୍ଦ ହୋଇଥିଲା ।

ସେହି ଦିନ ସନ୍ଧ୍ୟାରେ ଏଲୀଟ କ୍ଲବ ଟାସ୍କ ସମୟରେ ହିନା ଖାନଙ୍କ ସାମ୍ନାରେ ଆସୀମ-ସିଦ୍ଧାର୍ଥ ପୁଣି ଝଗଡା କରିଥିଲେ । ଯାହାପରେ ଦୁଇଜଣଙ୍କୁ ବିଗ ବସ କନଫେଶନ ରୁମକୁ ଡାକିଥିଲେ । ଆସୀମ ବିଗ ବସଙ୍କ କଥା ଶୁଣି ଚୁପଚାପ ବାହାରୁ ଯାଉଥିବା ସମୟରେ ସିଦ୍ଧାର୍ଥ କହିଥିଲେ ଆସୀମଙ୍କୁ ମାରିବା ପରିବର୍ତ୍ତେ ଶୋ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ଯେଉଁଠାରେ ବିଗ ବସ ସିଦ୍ଧାର୍ଥଙ୍କୁ ଶାନ୍ତି ହୋଇ ବୁଝାଉଥିବା ବେଳେ ସେହିଠାରେ ଆସୀମଙ୍କୁ କଡା ସ୍ବରରେ ରୁମରୁ ବାହାରିଯିବାକୁ କହିଥିଲେ ।

ସେପଟେ ଆସୀମଙ୍କ ସହ ବିଗ ବସଙ୍କ ଏପରି ବ୍ୟବହାରରେ ରାଗିଯାଇଛନ୍ତି ଦର୍ଶକ । ଏହି ମାମଲାକୁ ନେଇ ବିଗ ବସଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଦର୍ଶକ । ସୋସିଆଲ ମିଡିଆରେ ମଧ୍ୟ ବିଗ ବସ ବିରୋଧରେ ଅନେକ କମେଣ୍ଟ କରୁଛନ୍ତି ଦର୍ଶକ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.