ETV Bharat / sitara

ଡିଜିଟାଲ୍ ଡେବ୍ୟୁ କଲେ ଟିକଟକ୍ ଷ୍ଟାର ଫେଜୁ-ରୁହି, ଆସିଲା 'ବ୍ୟାଙ୍ଗ୍ ବ୍ୟାଙ୍ଗ୍'ର ଟ୍ରେଲର

author img

By

Published : Jan 8, 2021, 4:23 PM IST

Updated : Jan 8, 2021, 4:33 PM IST

ଏବେ ଆକ୍ସନ୍-ଥ୍ରୀଲର ଫ୍ରାଞ୍ଚାଇଜ୍ 'ବ୍ୟାଙ୍ଗ୍ ବ୍ୟାଙ୍ଗ୍- ସାଉଣ୍ଡ ଅଫ୍ କ୍ରାଇମ୍'ର ଟ୍ରେଲର ଲଞ୍ଚ କରାଯାଇଛି । ଏହି ଟ୍ରେଲରରେ ସୋସିଆଲ ମିଡିଆ ଷ୍ଟାର ଫେଜଲ ଶେଖ ଏବଂ ଟିକ୍ ଟକ୍ ଫେମ ରୁହି ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ...

bang-baang-trailer-out-tiktok-star-mr-faisu-and-ruhi-singh-in-lead-role
ଡିଜିଟାଲ୍ ଡେବ୍ୟୁ କଲେ ଟିକ୍ ଟକ୍ ଷ୍ଟାର ଫେଜୁ-ରୁହି ,ଲଞ୍ଚ ହେଲା 'ବ୍ୟାଙ୍ଗ୍ ବ୍ୟାଙ୍ଗ୍'ର ଟ୍ରେଲର

ନୂଆଦିଲ୍ଲୀ : ଆକ୍ସନ୍-ଥ୍ରୀଲର ଫ୍ରାଞ୍ଚାଇଜ୍ 'ବ୍ୟାଙ୍ଗ୍ ବ୍ୟାଙ୍ଗ୍- ସାଉଣ୍ଡ ଅଫ୍ କ୍ରାଇମ୍'ର ଟ୍ରେଲର ଲଞ୍ଚ କରାଯାଇଛି । ଆକ୍ସନରେ ପରିପୂର୍ଣ୍ଣ ଏହି ଟ୍ରେଲରରେ ସୋସିଆଲ ମିଡିଆ ଷ୍ଟାର ଫେଜଲ ଶେଖ ଏବଂ ଟିକ୍ ଟକ୍ ଫେମ ରୁହି ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିରିଜ୍ 25 ଜାନୁଆରୀରେ ଅଲ୍ଟ ବାଲାଜୀ ଏବଂ ଜି5 ରେ ଷ୍ଟ୍ରିମ୍ ହେବ ।

ଏହି ସିରିଜ ମାଧ୍ୟମରେ ଫେଜୁ ଏବଂ ରୁହି ନୂଆ ବର୍ଷରେ ନିଜର ଏକ ଧମାକାଦାର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଫେଜୁ ଏଥିରେ ରଘୁଙ୍କ ଚରିତ୍ରରେ ଅଭିନୟ କରିଥିବାବେଳେ ରୁହି ମୀରା ଭୂମିକାରେ ଅଭିନୟ ଅଭିନୟ କରୁଛନ୍ତି ।

ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ, ଶୋ ବହୁତ ରୋମାଞ୍ଚକର ହେବାକୁ ଯାଉଛି । ନିର୍ମାତାମାନେ 5 ଜାନୁଆରୀରେ ଶୋ’ର ପାୱାର୍ ପ୍ୟାକ୍ ଟିଜର ମଧ୍ୟ ଲଞ୍ଚ କରିଥିଲେ ।

ଅଲ୍ଟ ବାଲାଜୀ ଏବଂ ଜି5 ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ୱେବ୍ ସିରିଜ୍ ର ଟ୍ରେଲର ସେୟାର କରି ଲେଖିଛନ୍ତି, "ଧମାଲ କରିବାକୁ ଆସୁଛି 'ବ୍ୟାଙ୍ଗ୍ ବ୍ୟାଙ୍ଗ୍' । ସୁପର ବାଇକ, ସୁପର ଷ୍ଟାର ଏବଂ ସୁପରକାଷ୍ଟଙ୍କ ସହିତ 2021 ର ଆରମ୍ଭ । ଜାନୁଆରୀ 25 ରେ ଅଲ୍ଟ ବାଲାଜୀରେ 'ବ୍ୟାଙ୍ଗ୍ ବ୍ୟାଙ୍ଗ୍' ଦେଖନ୍ତୁ" ।

Last Updated : Jan 8, 2021, 4:33 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.