ନୂଆଦିଲ୍ଲୀ : ଶକ୍ତି, ପଟିଆଲା ବେବ୍ସ ପରି ଶୋ’ରେ ଅଭିନୟ କରିଥିବା ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଦେଭ କୋରୋନାକୁ ପରାସ୍ତ କରି ଶେଷରେ ୫୫ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।
ଅଭିନେତା ନିଜେ ସୋସିଆଲ ମିଡିଆରେ ଡକ୍ଟର ଟିମଙ୍କ ସହ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି ।
-
Such emotional moment after 55 days iam discharged from chirayu hospital.. feeling loved. sabka shukriya..oxygen nahin.. ab khudki saans le raha hoon. zindagi aa raha hoon main... #gratitude pic.twitter.com/FfVyzZ8C76
— ANIRUDH DAVE (@aniruddh_dave) June 25, 2021 " class="align-text-top noRightClick twitterSection" data="
">Such emotional moment after 55 days iam discharged from chirayu hospital.. feeling loved. sabka shukriya..oxygen nahin.. ab khudki saans le raha hoon. zindagi aa raha hoon main... #gratitude pic.twitter.com/FfVyzZ8C76
— ANIRUDH DAVE (@aniruddh_dave) June 25, 2021Such emotional moment after 55 days iam discharged from chirayu hospital.. feeling loved. sabka shukriya..oxygen nahin.. ab khudki saans le raha hoon. zindagi aa raha hoon main... #gratitude pic.twitter.com/FfVyzZ8C76
— ANIRUDH DAVE (@aniruddh_dave) June 25, 2021
ଅନିରୁଦ୍ଧ ଟ୍ବିଟରରେ ସେୟାର କରିଥିବା ଫଟୋରେ ସେ ଡାକ୍ତରଖାନାର ଗେଟ୍ ବାହାରେ ଧଳା କୁର୍ତ୍ତା ପାଇଜାମା ପିନ୍ଧି ଡାକ୍ତରଙ୍କ ପୁରା ଟିମ୍ ସହିତ ପୋଜ୍ ଦେଇଥିବା ନଜର ଆସିଛନ୍ତି ।
ଏହି ଫଟୋ ସେୟାର କରି କ୍ୟାପସନରେ ଅନିରୁଦ୍ଧ ଲେଖିଛନ୍ତି, ବହୁତ ଭାବପ୍ରବଣ ମୁହୂର୍ତ୍ତ । ମୁଁ ହସ୍ପିଟାଲରୁ ୫୫ ଦିନ ପରେ ଡିସଚାର୍ଜ ହୋଇଛି । ସମସ୍ତଙ୍କୁ ଧନ୍ୟବାଦ । ଅକ୍ସିଜେନ୍ ନୁହେଁ.. ଏବେ ମୁଁ ନିଜର ନିଶ୍ବାସ ନେଉଛି।
ପ୍ରକାଶ ଥାଉ ଯେ, ଅନିରୁଦ୍ଧ ଏକ ୱେବ୍ ସିରିଜର ସୁଟିଂ ପାଇଁ ଭୋପାଳ ଯାଇଥିଲେ ଯେଉଁଠାରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । କୋରୋନା ପଜିଟିଭ୍ ହେବା ପରେ ତାଙ୍କୁ ୨୩ ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।