ETV Bharat / sitara

ଡିସେମ୍ବର 1ରେ ମନ୍ଦିରରେ ବିବାହ କରିବେ ଆଦିତ୍ୟ ନାରାୟଣ

'ଇଣ୍ଡିଆନ୍ ଆଇଡଲ୍' ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ପାଇଁ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଦିତ୍ୟ ମୁମ୍ବାଇର ଏକ ମନ୍ଦିରରେ ବିବାହ କରିବେ ଯେଉଁଠାରେ କେବଳ 50 ଜଣ ଅତିଥି ଉପସ୍ଥିତ ରହିବେ । ଅଧିକ ପଢନ୍ତୁ...

aditya-narayan-to-marry-shweta-at-a-temple-on-december-1
ଡିସେମ୍ବର1ରେ ମନ୍ଦିରରେ ବିବାହ କରିବେ ଆଦିତ୍ୟ ନାରାୟଣ,ଯୋଗଦେବେ 50 ଜଣ
author img

By

Published : Nov 27, 2020, 10:18 PM IST

ନୂଆଦିଲ୍ଲୀ: 'ଇଣ୍ଡିଆନ୍ ଆଇଡଲ୍' ହୋଷ୍ଟ ତଥା ଗାୟକ ଆଦିତ୍ୟ ନାରାୟଣଙ୍କ ପାଇଁ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଦିତ୍ୟ ଡିସେମ୍ବର 1ରେ ରେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ ଗତ 10 ବର୍ଷ ଧରି ରିଲେସନସିପରେ ଅଛନ୍ତି ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଦିତ୍ୟ ମୁମ୍ବାଇର ଏକ ମନ୍ଦିରରେ ବିବାହ କରିବେ ଯେଉଁଠାରେ କେବଳ 50 ଜଣ ଅତିଥି ଉପସ୍ଥିତ ରହିବେ ।

ଅତୀତରେ ତାଙ୍କ ବନ୍ଧୁ ନେହା କକ୍କରଙ୍କ ବିବାହ ଘୋଷଣା କରିବା ପରେ ଆଦିତ୍ୟ ବିବାହ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ଶ୍ବେତା ଜଣେ ଅଭିନେତ୍ରୀ ଏବଂ ସେ ଆଦିତ୍ୟଙ୍କ ପ୍ରଥମ ଚଳଚ୍ଚିତ୍ର 'ସାପିତ'ରେ ତାଙ୍କ ଅଭିନେତ୍ରୀ ଥିଲେ ।

ଆଦିତ୍ୟ ତାଙ୍କ ବିବାହ ବିଷୟରେ କହିଛନ୍ତି ଯେ, ଆମେ ଡିସେମ୍ବର 1 ରେ ଏକ ମନ୍ଦିରରେ ବିବାହ କରୁଛୁ ଏବଂ ଏଥିରେ କେବଳ 50 ଜଣ ଯୋଗଦେବେ । କୋରୋନା ପାଇଁ ଆମେ କେବଳ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁଙ୍କୁ ନିମନ୍ତ୍ରଣ କରୁଛୁ । ମହାରାଷ୍ଟ୍ର ସରକାର 50 ରୁ ଅଧିକ ଲୋକଙ୍କୁ ବିବାହରେ ଯୋଗ ଦେବାକୁ ଅନୁମତି ଦେଇ ନ ଥିବାରୁ ଏହା ଘଟୁଛି ।

ଆଦିତ୍ୟ ଆହୁରି କହିଛନ୍ତି, ଏହି ବିବାହ ବହୁତ ସରଳ ହେବାକୁ ଯାଉଛି । ବିବାହ ପରେ ଆମେ ଏକ ଛୋଟ ରିସେପ୍ସନ୍ ପାର୍ଟି ମଧ୍ୟ ଦେବୁ । କୋରୋନା ପାଇଁ ଅଧିକ ଲୋକଙ୍କୁ ଡାକି ପାରିବୁ ନାହିଁ, ତେଣୁ ରିସେପ୍ସନ୍ ପାର୍ଟିରେ ଫିଲ୍ମ, ଟିଭି ଏବଂ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଅତି ଘନିଷ୍ଠ ବନ୍ଧୁ ମଧ୍ୟ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.