ETV Bharat / sitara

5 ବର୍ଷ ଡିପ୍ରେସନରେ ଥିଲେ ସାମା, ଜାଣନ୍ତୁ କାହିଁକି ? - ପପୁଲାର ଅଭିନେତ୍ରୀ ସାମାଙ୍କ ବଡ ଖୁଲାସା

ପପୁଲାର ଅଭିନେତ୍ରୀ ସାମାଙ୍କ ବଡ ଖୁଲାସା । ସବୁ ଦିନ ମରି ମରି ବଞ୍ଚୁଥିଲେ ସେ । ହେଲେ ଆଜି ବୁଝିପାରିଛନ୍ତି ଜୀବନ ବଞ୍ଚିବାର ଶୈଳୀ ।

ଫଟୋ ସୌଜନ୍ୟ" ଇନଷ୍ଟାଗ୍ରାମ@ସାମା ସିକନ୍ଦର
ଫଟୋ ସୌଜନ୍ୟ" ଇନଷ୍ଟାଗ୍ରାମ@ସାମା ସିକନ୍ଦର
author img

By

Published : Jun 2, 2020, 6:54 PM IST

ମୁମ୍ବାଇ: ଟିଭି ଓ ଡିଜିଟାଲର ଫେମସ ଅଭିନେତ୍ରୀ ସାମା ସିକନ୍ଦର ବର୍ତ୍ତମାନ ଚର୍ଚ୍ଚାରେ । ସେ ନିକଟରେ ନିଜକୁ ନେଇ ଏମିତି ଖୁଲାସା କରିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କ ମନ ଦୁଃଖ କରିଦେଇଥିଲା । ସେ ମଧ୍ୟ ଡିପ୍ରେଶନର ଶିକାର ହୋଇସାରିଛନ୍ତି ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ଖୁଲାସା କରିଥିଲେ ଯେ ଏକଦା ଏମିତି ସମୟ ତାଙ୍କ ଜୀବନରେ ଆସିଥିଲା ଯେବେ ସେ ଚାହୁଁଥିଲେ ମରିଯିବାକୁ । ହେଲେ ଯେମିତି ନାହିଁ ସେମିତି ସେହି ସମୟ ମଧ୍ୟ ତାଙ୍କ ଜୀବନରୁ ଚାଲିଯାଇଛି । ଏବେ ସେ ସମ୍ପୂର୍ଣ୍ଣ ଡିପ୍ରେଶନ ମୁକ୍ତ ହୋଇସାରିଛନ୍ତି । ଆଉ ଆତ୍ମହତ୍ୟା ଭଳି ବିଚାରଠୁ ଦୂରେଇ ରହୁଛନ୍ତି ।

ଜୀବନର ସବୁଠାରୁ ଖରାପ ସେହି ସମୟରେ ଲାଗିଥାଏ ଯେବେ ଆପଣଙ୍କୁ ଜଣାନାହାଁନ୍ତି ଆପଣ ଜୀବନରେ କଣ କରିବାକୁ ଚାହୁଁଛନ୍ତି । ଆପଣଙ୍କର କୌଣସି ସ୍ବପ୍ନ ମଧ୍ୟ ନଥାଏ । ଆଉ ସେହି ସମୟରେ ମନର ସବୁ ଇଚ୍ଛା ଓ ଆଶା ମଧ୍ୟ ମରିଯାଇଥାଏ । ତେଣୁ ଆତ୍ମହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ସେ ମଧ୍ୟ ପାଖାପାଖି 5 ବର୍ଷ ଡିପ୍ରେଶନରେ ରହିବା ପରେ ଏବେ ସେ ଜୀବନକୁ ସଠିକ୍ ଭାବରେ ବୁଝିପାରୁଛନ୍ତି । ଆଉ ସବୁ ମୂହୁର୍ତ୍ତକୁ ଭରପୁର ବଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି କହିଥିଲେ ସାମା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.