ETV Bharat / sitara

‘ଖତରୋଁ କେ ଖିଲାଡି’ ସିଜନ 11 ବିଜେତାଙ୍କ ନାଁ ଖୁଲାସା କଲେ ରାକ୍ଷୀ

author img

By

Published : Jun 24, 2021, 1:49 PM IST

ଆକ୍ସନ ଶୋ ‘ଖତରୋଁ କେ ଖିଲାଡି’ ସିଜନ 11 ଟେଲିକାଷ୍ଟ ହେବା ପୂର୍ବରୁ ବିଜେତାଙ୍କ ନାମ ଘୋଷଣା କରି ଚର୍ଚ୍ଚାରେ ରାକ୍ଷୀ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆକ୍ସନ ଶୋ ‘ଖତରୋଁ କେ ଖିଲାଡି’ ସିଜନ 11ର ସୁଟିଂ ଶେଷ ହୋଇଥିଲା । ଶୋରେ ଏବେ ଟପ୍ 4ରେ ଅଛନ୍ତି ଗାୟକ ରାହୁଲ ବୈଦ୍ୟ, ଦିବ୍ୟାଙ୍କା ତ୍ରିପାଠୀ, ଅର୍ଜୁନ ବିଜଲାନୀ ଓ ବରୁଣ ସୁଦ ଭଳି କଳାକାର । ସେହିପରି ଟପ୍ 5 ପର୍ଯ୍ୟନ୍ତ ଆସିଥିବା ଟିଭି ଆକ୍ଟର ଅଭିନବ ଶୁକ୍ଲା ଶୋରୁ ବାଦ୍ ପଡିଛନ୍ତି । ଶୋ ଟେଲିକାଷ୍ଟ ହେବା ପୂର୍ବରୁ ଶୋର ବିଜେତାଙ୍କ ନାମ ଖୁଲାସା କରିଛନ୍ତି ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ଯାହାକୁ ନେଇ ଚର୍ଚ୍ଚା ।

ସେ ନିକଟରେ ମିଡିଆ କ୍ୟାମେରାରେ କଏଦ ହୋଇଥିଲା । ଆଉ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ଏଥର ‘ଖତୋରୋଁ କେ ଖିଲାଡି’ ସିଜନ 11ରେ କିଏ ବିଜେତା ହେବ । ସେ ହଠାତ୍ କହିଥିଲେ, ‘ଅର୍ଜୁନ ବିଜୱାନୀ ଜିତି ଯାଇଛନ୍ତି ।’

ସେପଟେ ରାକ୍ଷୀଙ୍କ ଏହି କଥା ଶୁଣି ଅର୍ଜୁନଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ହେଲେ ରାକ୍ଷୀଙ୍କ କଥା କେତେ ଦୂର ସତ ଶୋ ଟେଲିକାଷ୍ଟ ହେବା ପରେ ହି ଜଣାପଡିବ । ପ୍ରକାଶ ଥାଉକି ଏଥର ସିଜନର ପ୍ରତିଯୋଗୀ ରୂପେ ନଜର ଆସିବେ ଶ୍ବେତା ତିୱାରୀ, ରାହୁଲ, ଦିବ୍ୟାଙ୍କା ତ୍ରିପାଠୀ, ନିକ୍କି ତମ୍ବୋଲି, ଅଭିନବ, ବିଶାଲ ଆଦିତ୍ୟ ସିଂ, ଆସ୍ଥା ଗିଲ, ସୌରଭ ରାଜ ଜୈନ, ଅର୍ଜୁନ, ମହେକ ଚହଲ, ବରୁଣ ସୁଦ ଓ ସନା ମକବୁଲ ଭଳି କଳାକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.