ETV Bharat / sitara

‘ବିଗବସ୍ 14’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି, ଜାଣନ୍ତୁ କିଏ ହେଲେ ସାମିଲ

ସବୁଠାରୁ ବିବାଦୀୟ ଏବଂ ଫେମସ ଶୋ ‘ବିଗବସ 14’କୁ ନେଇ ଚର୍ଚ୍ଚା । ଦମଦାର ପ୍ରତିଯୋଗୀଙ୍କ ସହ ସାମିଲ ହେଲେ ଆଉ କିଛି କଳାକାର । ଅଧିକ ପଢନ୍ତୁ...

author img

By

Published : Oct 26, 2020, 7:48 AM IST

ଫଟେ ସୈଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟେ ସୈଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସମସ୍ତଙ୍କ ମନ କିଣିବାରେ ଲାଗିଛି ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗବସ୍ 14’। ପ୍ରତିଯୋଗୀଙ୍କ ନୋକ-ଝୋକ ଦେଖି ଖୁବ୍ ହସୁଛନ୍ତି ଦର୍ଶକ। ସବୁଥର ପରି ଏଥର ମଧ୍ୟ କମାଲ କରୁଛି ଶୋ । ଇତିମଧ୍ୟରେ ଶୋରେ ୱାଇଲ୍ଡ କାର୍ଡ ଏଣ୍ଟ୍ର ହୋଇଛି। ଆଉ ‘ବିଗବସ 14’ ହାଉସରେ ଏଥର ୱାଇର୍ଲ୍ଡ କାର୍ଡରେ ସାମିଲ ହୋଉଛନ୍ତି ଅଭିନେତ୍ରୀ କବିତା କୌଶିକ, ନୈନା ସିଂ ଓ ଶାର୍ଦ୍ଦୁଲ ପଣ୍ଡିତ ।

ହାଉସରେ ପ୍ରବେଶ କରିବା ପରେ ନୈନା ଓ ଶାର୍ଦ୍ଦୁଲ ପରସ୍ପରକୁ ଦେଖି ଖୁସିନଥିବାର ଲାଗୁଛନ୍ତି । ସେପଟେ ବିଗବସ ପୁଣିଥରେ ପ୍ରତିଯୋଗିଙ୍କୁ 60 ମିନିଟ୍‌ର ଚ୍ୟାଲେଞ୍ଜ ଦେଇଥିଲେ । ଯେଉଁଥିରେ ପ୍ରତିଯୋଗୀ ନିଜକୁ ଏବଂ ନିଜ ସାଥୀଙ୍କୁ ଏକ ନଂରେ ରେଟ କରିବାକୁ ପଡିଥିଲା । ଯାହାକି 60 ମିନିଟର ଏପିସୋଡରେ ନିର୍ଦ୍ଦିଷ୍ଟ ପ୍ରତିଯୋଗୀ ଦୃଶ୍ୟମାନ ହେଉଥିବା ସମୟକୁ ଦର୍ଶାଇଛି।

ସେହପରି ନିକ୍କି ତାମ୍ବୋଲି ନିଶ୍ଚିତ ଅଛନ୍ତି ଯେ ଏହି ଏପିସୋଡ ଗୁଡିକରେ ସେ ଅଧିକ ନଜର ଆସିଛନ୍ତି । ଅନ୍ୟପଟେ ରାହୁଲ ବୈଦ୍ୟ ଏବଂ ଜାନ କୁମାର ସାନୁ ପ୍ରତ୍ୟେକଙ୍କୁ ନଅ ମିନିଟର ଏକ ଉଚିତ ସ୍କୋର ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି ବେଲି ଡାନ୍ସର ନୋରା ଫତେହୀ ଏବଂ ଗାୟକ ଗୁରୁ ରାନ୍ଧୱା ତା’ପରେ ଘରେ ପ୍ରବେଶ କରି ସେମାନଙ୍କର ନୂଆ ଆଲବମ ‘ନାଚ୍ ମେରୀ ରାନୀ’ର ଝଲକ ପ୍ରତିଯୋଗୀଙ୍କୁ ଦେଖାଇଥିଲେ । ଏହି ଶୋ’ରେ ଜସ୍ମିନ ଭାସିନ ଏବଂ ଇଜାଜ ଖାନଙ୍କ ଭଳି ପ୍ରତିଯୋଗୀ ମଧ୍ୟ ସାମିଲ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.