ETV Bharat / sitara

'ଭବିଷ୍ୟୋତେର ଭୂତ' ଫିଲ୍ମ ପାଇଁ ମମତା ଗଣିବେ 20 ଲକ୍ଷ ତଣ୍ଡ

'ଭବିଷ୍ୟୋତେର ଭୂତ' ଫିଲ୍ମକୁ ନେଇ ବିବାଦ ଘେରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ବିନା କାରଣରେ ଫିଲ୍ମ ପ୍ରଦର୍ଶନରେ ରୋକ ଲଗାଇବା ପାଇଁ ମମତା ସରକାରଙ୍କୁ 20 ଲକ୍ଷ ଟଙ୍କା ଜୋରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

author img

By

Published : Apr 11, 2019, 11:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ମମତା ଫ୍ୟାନକ୍ଲବ

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମ 'ଭବିଷ୍ୟୋତେର ଭୂତ' ରେ ଭର୍ଚୁଆଲ ବ୍ୟାନ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ଝଟକା । ପଶ୍ଚିମବଙ୍ଗ ସରକାର ବିନା କୌଣସି କାରଣରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇଛି ।

ଏହାସହ ସୁପ୍ରିମକୋର୍ଟ ମମତା ସରକାରଙ୍କୁ 20 ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜୋରିମାନା ଟଙ୍କା ଫିଲ୍ମ ନିର୍ମାତା ଏବଂ ସିନେମା ହଲ ମାଲିକକୁ ବିତରିତ କରାଯିବା ନେଇ କହିଛନ୍ତି ମାନ୍ୟବର ଅଦାଲତ ।

ପ୍ରକାଶ ଥାଉକି ମମତାଙ୍କ ଶାସନକୁ କଟାକ୍ଷ କରି ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଅନିକ ଦତ୍ତ ଦେଇଛନ୍ତି । ମମତା ସରକାରଙ୍କ ବ୍ୟାନ ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରାଯାଇଥିଲା । ଫିଲ୍ମଟି ଫେବୃଆରୀ 15ରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହାର ଦିନକ ପରେ ସିନେମା ହଲରୁ ଫିଲ୍ମଟିକୁ ହଟାଇ ଦିଆଯାଇଥିଲା ।

ସେପଟେ ମମତାଙ୍କ ନିର୍ଦ୍ଦେଶରେ ତାଙ୍କ ଫିଲ୍ମ ପ୍ରଦର୍ଶନରେ ରୋକ ଲଗାଯାଇଥିଲା ବୋଲି ଅଭିଯୋଗ କରିଥିଲେ ନିର୍ମାତା । ସେପଟେ ସିନେମା ହଲ ମାଲିକ ଫିଲ୍ମ ହଟାଇବାର କାରଣ ମଧ୍ୟ ଦର୍ଶାଇନାହାଁନ୍ତି । ସେ କେବଳ ଏତିକି କହିଥିଲେ ଯେ ଉପରୁ ଆଦେଶ ମିଳିଛି । ଫିଲ୍ମ ପ୍ରଦର୍ଶନରେ ରୋକ ଲଗାଯିବା ପରେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି ଏହାର ଖୁବ୍ ବିରୋଧ ମଧ୍ୟ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ଏହି ଫିଲ୍ମ ପୁଣି ସିନେମା ହଲରେ ପ୍ରଦର୍ଶିତ ହେବାକୁ ଯାଉଛି । ଫିଲ୍ମରେ ଭୂତର ଏକ ସଂଗଠନ ବିଷୟରେ ଉପସ୍ଥାପନା କରାଯାଇଛି । ଯେଉଁଥିରେ ରାଜନେତା ମଧ୍ୟ ସାମିଲ ଅଛନ୍ତି । ସେହି ଭୂତ ସଂଗଠନରେ ବର୍ତ୍ତମାନ ସମୟର ପ୍ରସଙ୍ଗ ଉପରେ ଆଲୋଚନା କରି ମମତା ସରକାରଙ୍କୁ କଟାକ୍ଷ କରାଯାଇଥିବାର ଦେଖିବାକୁ ମିଳିଛି ।

Intro:Body:

smruti

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.