ETV Bharat / sitara

ସବ୍ୟସାଚୀଙ୍କ ପ୍ରୟାସ, ସୁପର 22ରେ ଜଲୱା ଦେଖାଇବେ ଦିବ୍ୟାଙ୍ଗ - ରିୟାଲିଟି ଶୋ ସୁପର 22

ଏଥର ଓଡ଼ିଶାର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଘରେ ଘରେ ଚିହ୍ନିବେ ଲୋକେ । କାରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସେମାନଙ୍କ ପାଇଁ ସୁପର 22’ ଶୋ। ଯେଉଁଥିରେ ଓଡ଼ିଶାରୁ ଚୟନ ହୋଇଥିବା 22 ଜଣେ ଦିବ୍ୟାଙ୍ଗ ନିଜ କଳାର ପ୍ରଦର୍ଶନ କରିବେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 2, 2019, 6:26 PM IST

Updated : Nov 2, 2019, 6:56 PM IST

ଭୁବନେଶ୍ବର: ଆମ ସମାଜରେ ଏପରି ଅନେକ ଟ୍ୟାଲେଣ୍ଟଟେଡ ମଣିଷ ଅଛନ୍ତି , ଯାହାଙ୍କୁ ଲୋକ ଲୋଚନକୁ ଆଣିବାକୁ ସମସ୍ତେ କିଛି ନାଁ କିଛି ପ୍ରୟାସ କରିଥାନ୍ତି। ସମାଜରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ଭିତରେ ଯେ ଏମିତି ପ୍ରତିଭା ରହିଛି । ତାହାକୁ ମୁଖ୍ୟ ସ୍ରୋତକୁ ଆଣିବାକୁ ବିଶେଷ ପ୍ରୟାସ ଆଜି ପର୍ଯ୍ୟନ୍ତ ହୋଇନାହିଁ। ହେଲେ ଏବେ ସେମାନଙ୍କ ମୁହଁରେ ଫୁଟିବ ହସ । କାରଣ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।

ସବ୍ୟସାଚୀ ସେମାନଙ୍କ ନିକଟରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ସହିତ ତାକୁ ସର୍ବସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ଆସନ୍ତା 4 ତାରିଖରେ ହୋଟେଲ କ୍ରାଉନ ଠାରେ ‘ସୁପର 22’ ଶୋର ଆୟୋଜନ କରାଯିବ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯେଉଁଥିରେ ସାରା ଓଡିଶାରୁ ବଛା ଯାଇଥିବା 22ଜଣ ଦିବ୍ୟାଙ୍ଗ ପ୍ରତିଭା ସେମାନଙ୍କ ପ୍ରଦର୍ଶନରେ ଲୋକଙ୍କୁ ଚମତ୍କୃତ କରିବେ ବୋଲି ସବ୍ୟସାଚୀ କହିଛନ୍ତି। ବିଶେଷତଃ ଓଡ଼ିଶାର ମନୋରଞ୍ଜନ କ୍ଷେତ୍ରରେ ଏମାନଙ୍କ ପ୍ରବେଶ ବ୍ୟତୀତ ଅନ୍ୟ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ସାରିଥିବାବେଳେ, ଏହି କ୍ଷେତ୍ରରେ କିପରି ତାଙ୍କ ପ୍ରତିଭାକୁ ବିନିଯୋଗ କରାଯାଇ ପାରିବ ସେଥିପାଇଁ ଏହି ପ୍ରୟାସ ବୋଲି ସବ୍ୟସାଚୀ ପ୍ରକାଶ କରିଛନ୍ତି।

ଏହି 22ଜଣ ଦିବ୍ୟାଙ୍ଗ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ ଖୁବଶୀଘ୍ର ରିଲିଜ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ରେ ଦେଖାଇବାକୁ ଯାଉଛନ୍ତି। ଯାହାକୁ ଦର୍ଶକେ ଖୁବ ପସନ୍ଦ କରିବେ । ସେହିପରି ସେମାନଙ୍କୁ ମନୋରଞ୍ଜନ କ୍ଷେତ୍ରରେ ଆଗେଇ ଆଣିବାକୁ କହିବା ସହ ଭବିଷ୍ୟତରେ ସେମାନଙ୍କ ଦକ୍ଷତାକୁ ଆଧାର କରି ଡକୁମେଣ୍ଟାରୀ ଫିଲ୍ମ ନିର୍ମାଣ ମଧ୍ୟ କରାଯିବ ବୋଲି କହିଛନ୍ତି ସବ୍ୟସାଚୀ। ଆଜି ଏହି ସମ୍ବନ୍ଧରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବ୍ୟସାଚୀଙ୍କ ବ୍ୟତୀତ ପ୍ରିଲିଉଡ଼ର ମାଲିକ ସାନୁ ରଥ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆମ ସମାଜରେ ଏପରି ଅନେକ ଟ୍ୟାଲେଣ୍ଟ ଅଛନ୍ତି ,ଯାହାକି ଲୋକ ଲୋଚନକୁ ଆଣିବାକୁ ସମସ୍ତେ କିଛି ନାଁ କିଛି ପ୍ରୟାସ କରିଥାନ୍ତି।ତେବେ ଆମ ସମାଜରେ ଥିବା ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିକଟରେ ଯେ ଅନେକ ପ୍ରତିଭା ରହିଛି ।ତାହାକୁ ମୁଖ୍ୟ ସ୍ରୋତକୁ ଆଣିବାକୁ ବିଶେଷ ପ୍ରୟାସ ହୋଇନାହିଁ।ତେବେ ଅଭିନେତା ସବ୍ୟସାଚୀ ଏହି କ୍ରମରେ ସେମାନଙ୍କ ନିକଟରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ସହିତ ତାକୁ ସର୍ବସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Body:ସେଥିପାଇଁ ଆସନ୍ତା 4 ତାରିଖରେ ହୋଟେଲ କ୍ରାଉନ ଠାରେ ଏକ ସୁପର 22 ଶୋ ର ଆୟୋଜନ କରାଯାଇଛି।ଯେଉଁଥିରେ ସାରା ଓଡିଶାରୁ ବଛା ଯାଇଥିବା 22ଜଣ ଦିବ୍ୟାଙ୍ଗ ପ୍ରତିଭା ସେମାନଙ୍କ ପ୍ରଦର୍ଶନ ରେ ଲୋକଙ୍କୁ ଚମତ୍କୃତ କରିବେ ବୋଲି ସବ୍ୟସାଚୀ କହିଛନ୍ତି।ବିଶେଷତଃ ଓଡ଼ିଶାର ମନୋରଞ୍ଜନ କ୍ଷେତ୍ରରେ ଏମାନଙ୍କ ପ୍ରବେଶ ବ୍ୟତୀତ ଅନ୍ୟ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ସାରିଥିବାବେଳେ ଏହି କ୍ଷେତ୍ରରେ କିପରି ତାଙ୍କ ପ୍ରତିଭାକୁ ବିନିଯୋଗ କରାଯାଇ ପାରିବ ସେଥିପାଇଁ ଏହି ପ୍ରୟାସ ବୋଲି ସବ୍ୟସାଚୀ ପ୍ରକାଶ କରିଛନ୍ତି।ଏହି 22ଜଣ ଦିବ୍ୟାଙ୍ଗ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ ଖୁବଶୀଘ୍ର ରିଲିଜ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ମାଲ ମହୁ ଜୀବନ ମାଟିରେ ଦେଖାଇଛନ୍ତି।ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିବେ ବୋଲି ସବ୍ୟ କହିଛନ୍ତି।ସେହିପରି ସେମାନଙ୍କୁ ଆଗକୁ ମନୋରଞ୍ଜନ କ୍ଷେତ୍ରରେ ଆଗକୁ ବଢିବାକୁ ସମସ୍ତେ ଆଗେଇ ଆସିବାକୁ କହିବା ସହିତ ଭବିଷ୍ୟତ ରେ ସେହି ପ୍ରଥିଭାଧର ମାନଙ୍କୁ ନେଇ ଡାକୁମେଣ୍ଟାରୀ ଫିଲ୍ମ ତିଆରି ସହିତ ଅନେକ ପରିକଳ୍ପାନ ଥିବା କହିଛନ୍ତି।ଆଜି ଏହି ସମ୍ବନ୍ଧରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବ୍ୟସାଚୀଙ୍କ ବ୍ୟତୀତ ପ୍ରିଲିଉଡ଼ ର ସାନୁ ରଥ ଓ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ଉପସ୍ଥିତ ଥିଲେ।
ବାଇଟ-ସବ୍ୟସାଚୀ ଅଭିନେତା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
Last Updated : Nov 2, 2019, 6:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.