ମୁମ୍ବାଇ: ସଲମାନ ଖାନଙ୍କ ଚର୍ଚ୍ଚିତ ରିୟାଲିଟି ଶୋ ବିଗବସ 13 ହାଉସରେ ଏବେ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳୁଛି । ଯାହା ଦର୍ଶକଙ୍କ ଖୁବ୍ ମନୋରଞ୍ଜନ ମଧ୍ୟ କରୁଛି । ବିଗବସର ଏହି ଖେଳ କେବଳ ପ୍ରତିଯୋଗୀଙ୍କ ମଧ୍ୟରେ ସୀମିତ ନାହିଁ । ଶୋ ର ବାହାରେ ଉପସ୍ଥିତ ଥିବା ଲୋକ ମଧ୍ୟ ଧିରେ ଧିରେ ଶୋ ରେ ସମ୍ପୃକ୍ତି ହେଉଥିବାର ନଜର ଆସୁଛନ୍ତି । ଶୋ ର ଏକ୍ସ ପ୍ରତିଯୋଗୀ ସୋସିଆଲ ମିଡିଆରେ କମେଣ୍ଟ ଜରିଆରେ ସାମିଲ ହେବାରେ ଲାଗିଛନ୍ତି । ଏହାର ସାକ୍ଷାତ ଉଦାହରଣ ହେଲେ ବିଗ ବସ ସିଜନ 1ର ଏକ୍ସ ପ୍ରତିଯୋଗୀ ଏବଂ ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ଇତିମଧ୍ୟରେ ରାକ୍ଷୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଶୋର ଦମଦାର ପ୍ରତିଯୋଗୀ ଶହନାଜ ଗିଲ, ଶେଫାଳି ଜରିୱାଲା ଓ ହିମାଂଶୀ ଖୁରାନାଙ୍କ ବିରୋଧରେ କହି ଚର୍ଚ୍ଚାରେ ଆସିଛନ୍ତି ।
- " class="align-text-top noRightClick twitterSection" data="
">
ପୁରା କଥାଟି ହେଲା କି ବିଗବସ 13ରେ ଏକ ଟାସ୍କ ଚାଲିଥିଲା । ସେହି ସମୟରେ ପ୍ରତିଯୋଗୀ ଶହନାଜ ବିନା କାରଣରେ ଅନ୍ୟ ପ୍ରତିଯୋଗୀଙ୍କୁ ଚିଡାଉଥିଲେ । ଶହନାଜଙ୍କ ଏହିପରି ବ୍ୟବହାର ଦେଖି ଶେଫାଳୀ ରାଗି ଯାଇ ତାଙ୍କୁ ପଞ୍ଜାବର ରାକ୍ଷୀ ସାୱନ୍ତ କହିଥିଲେ ।
- " class="align-text-top noRightClick twitterSection" data="
">
ଯାହା ରାକ୍ଷୀଙ୍କୁ ଆଦୌ ଭଲ ଲାଗିନଥିଲା । ସେ ଭିଡିଓ ଜାରି କରି ବିଗବସ ପ୍ରତିଯୋଗୀଙ୍କ ବିରୋଧରେ କହିଛନ୍ତି, ‘ଆପଣ ମତେ କଣ ଭାବୁଛନ୍ତି । ମୁଁ ଶେଫାଳି ଓ ଶହନାଜଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛି । ମୁଁ ବହୁତ ବ୍ୟସ୍ତ ଅଛି । ଆପଣ ମାନେ ବିନା କାରଣରେ ମୋ ନାମ ଖରାପ କରୁଛ । ଆପଣଙ୍କୁ ଲଜ୍ୟା ଲାଗିବା କଥା । ସଲମାନ ଖାନ ଆପଣ ଦେଖନ୍ତୁ କିପରି ଏମାନେ ମୋ ନାମ ଖରାପ କରୁଛନ୍ତି । ନିର୍ମାତା ରପନ ଜୋହର ମଧ୍ୟ ଟକ ଶୋରେ ମୋ ନାମ ନେଇ ଆଡୁସାଡୁ କହୁଛନ୍ତି । ଦେଖନ୍ତୁ ରାକ୍ଷୀଙ୍କ ଏହି ମଜାଦାର ଭିଡିଓ...
ପ୍ରକାଶ ଥାଉକି ବିଗବସ 13ରେ ଯେବେ ଠାରୁ ହିମାଂଶୀଙ୍କ ଏଣ୍ଟ୍ରି ହୋଇଛି । ସେହି ସମୟରୁ ଶହନାଜ ପୁରା ବଦଳିଯାଇଛନ୍ତି । ବିଗବସରେ ଥିବା ତାଙ୍କ ଭଲ ବନ୍ଧୁ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ଧୀରେ ଧିରେ ଭାଙ୍ଗିବାରେ ଲାଗିଛି ।