ETV Bharat / sitara

ନଚ ବଲିଏ ସିଜନ 9ର ମୁକୁଟ ପିନ୍ଧିଲେ ପ୍ରିନ୍ସ-ୟୁବିକା

author img

By

Published : Nov 4, 2019, 9:13 PM IST

ଗତ ରବିବାର ଆୟୋଜତ ହୋଇଯାଇଛି ପପୁଲାର ଡାନ୍ସ ଶୋ ନଚ ବଲିଏ 9 ଗ୍ରାଣ୍ଡ ଫିନାଲେ । ସମସ୍ତଙ୍କୁ ମାତ ଦେଇ ବିଜୟର ମୁକୁଟ ପିନ୍ଧିଲେ ଟିଭିର ଲୋକପ୍ରିୟ ଯୋଡି ପ୍ରିନ୍ସ ଓ ୟୁବିକା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିନ୍ସ ନରୁଲା

ମୁମ୍ବାଇ: ଛୋଟ ପରଦାର ଡାନ୍ସ ରିୟାଲିଟି ଶୋ ନଚ ବଲିଏ ସିଜନ 9ରେ ପାଖାପାଖି ତିନ ମାସ ପରସ୍ପରକୁ କଡା ଟକ୍କର ଦେବା ପରେ 5 ନମ୍ବର ପ୍ରତିଯୋଗୀ ପ୍ରିନ୍ସ ନରୁଲା ଓ ୟୁବିକା ଚୌଧରୀ ବିଜେତା ସାଜିଛନ୍ତି । ତାଙ୍କୁ ଟ୍ରଫି ସହ 50 ଲକ୍ଷ ଟଙ୍କା ମଧ୍ୟ ଉପରହାର ସୂରପ ମିଳିଛି । ସେପଟେ ଅଭିନେତ୍ରୀ ଅନୀତା ଓ ରୋହିତ ରନଅପ ସାଜିଛନ୍ତି । ଦୁଇଜଣଙ୍କୁ ଏକ, ଏକ ଲକ୍ଷ ମିଳିଛି ।

ଶୋର ଟପ 5 ତାଲିକାରେ ପ୍ରିନ୍ସ, ୟୁବିକା ଓ ଅନୀତା-ରୋହିତଙ୍କ ବ୍ୟତୀତ ଶାନ୍ତନୁ-ନିତ୍ୟାମୀ, ଅଲ୍ଲୀ-ନତାଶା ଓ ବିଶାଲ- ମାଧୁରିମା ସ୍ଥାନ ପାଇଥିଲେ । ଏହାର ଗ୍ରାଣ୍ଡ ଫିନାଲେରେ ସର୍ବ ପ୍ରଥମେ ବିଶାଲ ଓ ମାଧୁରିମାଙ୍କ ଯୋଡି ବାହାରି ଯାଇଥିଲା। ଏହାପରେ ପ୍ରିନ୍ସ ଓ ୟୁବିକା ସମେତ ଅନ୍ୟ ଯୋଡି ଶାନଦାର ଫରଫର୍ମନ୍ସ ଦେଇଥିଲେ । ଅନୀତା-ରୋହିତ ଓ ପ୍ରିନ୍ସ-ୟୁବିକାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଆଉ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିବାରେ ଏହି ଯୋଡି ସଫଳ ହୋଇଥିଲା।

ପ୍ରକାଶ ଥାଉକି ଫେମସ ଅଭିନେତା ଗୋବିନ୍ଦା ପତ୍ନୀଙ୍କ ସହ ନଚ ବଲିଏ ମଞ୍ଚରେ ନଜର ଆସିଥିଲେ । ଅନିଲ କପୁର, ଆଶା ପାରେଖ, ଜୀନତ ଅମାନ, ଜନ ଅବ୍ରାହମଙ୍କ ବ୍ୟତୀତ ‘ପତି ପତ୍ନୀ ଔ’ର ଷ୍ଟାରକାଷ୍ଟ କାର୍ତ୍ତିକ ଆର୍ୟନ, ଭୂମି ପେଡେନକର ଓ ଅନନ୍ୟା ପାଣ୍ଡେ ମଧ୍ୟ ନିଜ ଫିଲ୍ମ ପ୍ରମୋଶନ ପାଇଁ ନଚ ବଲିଏ ଗ୍ରାଣ୍ଡ ଫିନାଲେରେ ନଜର ଆସିଥିଲେ।

ଅନିଲ ଓ ଗୋବିନ୍ଦା ବିଜେତା ଟିମର ଘୋଷଣା କରିବା ପୂର୍ବରୁ ‘ଦିୱାନା ମସ୍ତାନା’ ଫିଲ୍ମର ସିକ୍ବେଲ ଘୋଷଣା କରିଥିଲେ। ଏହି ଫିଲ୍ମରେ ରବୀନା ଟଣ୍ଡନ ଓ ଜନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.