ETV Bharat / sitara

MISS GLOBAL INDIA DIVINE ପ୍ରତିଯୋଗିତା, ବିଜୟ ମୁକୁଟ ପିନ୍ଧିଲେ ଓଡିଆ ବୋହୂ - ମିସ ଗ୍ଲୋବାଲ ଇଣ୍ଡିଆ ଡିଭାଇନ ପ୍ରତିଯୋଗିତା

ମୁମ୍ବାଇରେ ବ୍ୟୁଟି ପ୍ରତିଯୋଗିତାରେ ଚମକିଛନ୍ତି ଓଡିଆ ବୋହୂ । ଫାଇନାଲରେ ୧୦ ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ସେ ବିଜୟର ମୁକୁଟ ପିନ୍ଧିଛନ୍ତି । ଅଧିକ ପଢନ୍ତୁ...

MISS GLOBAL INDIA DIVINE ପ୍ରତିଯୋଗିତା, ବିଜୟ ମୁକୁଟ ପିନ୍ଧିଲେ ଓଡିଆ ବୋହୂ

author img

By

Published : Jul 31, 2021, 12:50 PM IST

ଭୁବନେଶ୍ବର: ବ୍ୟୁଟି ପ୍ରତିଯୋଗିତାରେ ମୁମ୍ବାଇରେ ଚମକିଲେ ଓଡିଆ ବୋହୂ ସୁରଞ୍ଜିତା ରଣା । ବିଜୟିନୀ ହୋଇ ଓଡିଶା ପାଇଁ ଆଣିଛନ୍ତି ଗର୍ବ । ୧୦ ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ଶେଷରେ ସେ ବିଜୟର ମୁକୁଟ ପିନ୍ଧିଥିବା ମିଳିଛି ସୂଚନା ।

MISS GLOBAL INDIA DIVINE ପ୍ରତିଯୋଗିତା, ବିଜୟ ମୁକୁଟ ପିନ୍ଧିଲେ ଓଡିଆ ବୋହୂ

ମୁମ୍ବାଇରେ ଅନୁଷ୍ଠିତ ଏହି ଇଣ୍ଡିଆନ ଷ୍ଟାର ଆୱାର୍ଡ଼ ପ୍ରତିଯୋଗିତାରେ ମିସ ଆଣ୍ଡ ମିସେସ ଗ୍ଲୋବାଲ ଇଣ୍ଡିଆ ଡିଭାଇନ ପ୍ରତିଯୋଗିତାରେ ସୁରଞ୍ଜିତା ବିଜୟର ମୁକୁଟ ପିନ୍ଧିଛନ୍ତି । ୧୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ଏହି ତାଜ ପିନ୍ଧିବାର ସୁଯୋଗ ଲାଭ କରିଛନ୍ତି ସୁରଞ୍ଜିତା । ସମ୍ବଲପୁରୀ ନୃତ୍ୟ ଓ ଜଜଙ୍କ ବିଭିନ୍ନ ପ୍ରଶ୍ନର ସଫଳ ଉତ୍ତର ଦେଇ ସେ ଏହି ସଫଳତା ହାସଲ କରିଥିବା ବେଳେ ବେଷ୍ଟ ଆକ୍ଟିଭିଷ୍ଟ ଆୱାର୍ଡ ମଧ୍ୟ ପାଇଛନ୍ତି ।

ସୁରଞ୍ଜିତା ଏବେ ଭୁବନେଶ୍ବର କାନନ ବିହାରର ହୋଇଥିବା ବେଳେ ସେ ଦିଲ୍ଲୀରେ ଏକ ବ୍ୟାଙ୍କରେ ଚାକିରି କରିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇଥିବାରୁ ବେଶ୍ ଖୁସି ଅଛନ୍ତି ସୁରଞ୍ଜିତାଙ୍କ ପୁରା ପରିବାର । ତେବେ ଆଗକୁ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିବାକୁ ଆଶା ରଖିଛନ୍ତି ସୁରଞ୍ଜିତା । ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ବିବାହ ପରେ ନିଜ ରାଜ୍ୟ ପାଇଁ ଏଭଳି ଏକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶାଶୁ ଶ୍ବଶୁର ଓ ସ୍ବାମୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା କୁହନ୍ତି ସେ । ଏଭଳି ସମର୍ଥନ ମିଳିବା ପରେ ସେ ବିଜୟର ମୁକୁଟ ପିନ୍ଧିଥିବାରୁ ପରିବାରକୁ ବିଜୟର ଶ୍ରେୟ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.