ETV Bharat / sitara

ଅନ୍ତର୍ଜାତୀୟ ମହିଳା ଦିବସ: ରିଲିଜ ହେଲା ବର୍ଷାଙ୍କ ସ୍ୱତନ୍ତ୍ର ଗୀତ କିଏ ତୁମେ, ମୁଖ୍ୟ ଭୂମିକାରେ ନୈନା ଦାଶ

author img

By

Published : Mar 8, 2022, 9:27 PM IST

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଆଜି ଭଳି ଦିନରେ ମହିଳାଙ୍କୁ ସମ୍ମାନ ଦେବାକୁ ଅନେକ କିଛି କାର୍ଯ୍ୟକ୍ରମ ହେଉଥିବା ବେଳେ ରିଲିଜ ହୋଇଛି ବର୍ଷା ପ୍ରିୟଦର୍ଶନୀଙ୍କ ସ୍ବତନ୍ତ୍ର ମହିଳା କୈନ୍ଦ୍ରିକ ଗୀତ । ଅଧିକ ପଢନ୍ତୁ

ରିଲିଜ ହେଲା ବର୍ଷାଙ୍କ ସ୍ୱତନ୍ତ୍ର ଗୀତ କିଏ ତୁମେ, ମୁଖ୍ୟ ଭୂମିକାରେ ନୈନା ଦାଶ

ଭୁବନେଶ୍ବର: ନାରୀ ଈଶ୍ବରଙ୍କ କାନଭାସର ଏକ ଅନବଦ୍ୟ ସୃଷ୍ଟି । ଆଉ ସେ ହେଉଛି ସ୍ନେହ, ଶ୍ରଦ୍ଧା ସହନଶୀଳତା ଓ ମମତାର ସାକ୍ଷାତ ପ୍ରତିମା । ତେଣୁ ନାରୀଟିଏ ଚିର ନମସ୍ୟା । ସେହି ନାରୀର ସମ୍ମାନାର୍ଥେ ସବୁଦିନ ସମର୍ପିତ ହୋଇଥିବା ବେଳେ ସେହି ଦିନକୁ ଆମେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛେ । ଆଉ ଏହି ସମର୍ପଣ ଦିବସରେ ମହିଳାଙ୍କୁ ସମ୍ମାନ ଦେଇ ରିଲିଜ ହୋଇଛି ବର୍ଷାଙ୍କ ସ୍ବତନ୍ତ୍ର ମହିଳା କୈନ୍ଦ୍ରିକ ଗୀତ "କିଏ ତୁମେ "। ଏହି ଗୀତଟି ମହିଳାଙ୍କ ସମ୍ମାନ ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ସଚେତନତା ଉପରେ ପ୍ରସ୍ତୁତ ହୋଇଛି ।

ଏହାର ମୁଖ୍ୟ ଭୂମିକାରେ ଜଣାଶୁଣା ଅଭିନେତ୍ରୀ ନୈନା ଦାସ ରହିଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତା ରାକେଶ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହାର ପ୍ରଯୋଜନା ଦେଇଥିବାବେଳେ ଗୀତଟି ବେଶ ହୃଦୟସ୍ପର୍ଶୀ ହୋଇଛି ବୋଲି କହିଛନ୍ତି ବର୍ଷା । ସେହିପରି ନୈନା ଦାସ କହିଛନ୍ତି ନାରୀ ଆଉ ପୁରୁଷ ଉଭୟ ସମାନ ଓ ପରିପୂରକ । ତେଣୁ ଜଣେ ପୁରୁଷ ପଛରେ ଯେମିତି ନାରୀ ଥାଏ ସେହିଭଳି ଜଣେ ନାରୀର ସଫଳତା ପାଇଁ ପୁରୁଷଟିଏ ତା' ପଛରେ ରହିବା ସହ ତାଙ୍କୁ ସମର୍ଥନ କରିବାର ଆବଶ୍ୟକ ରହିଛି । ତେଣୁ ପୁରୁଷର ଅତ୍ୟାଚାର ଏକ ପରିସୀମା ପର୍ଯ୍ୟନ୍ତ ସହିବାର ଆଵଶ୍ୟକତା ରହିଛି ।

ଅତ୍ୟାଚାର ବଢିଲେ ଏହାକୁ ରୋକିବା ଦରକାର। ଏଥିପାଇଁ ନିଜେ ଦୃଢମନା ହେବା ସହ ସମ୍ମୁଖ ବ୍ୟକ୍ତିକୁ ହରାଇବାର ସାହସ ନେଇ ଆଗକୁ ବଢିବାର ଅଛି । ଆଉ ନାରୀ ଉପରେ ଅତ୍ୟାଚାର କରିବାର ମଣିଷକୁ ନିଜ ଚରିତ୍ର, ଆଚାର, ବ୍ୟବହାର ଓ ସୌନ୍ଦର୍ଯ୍ୟ ଉପରେ ଟିପ୍ପଣୀ ଦେବାକୁ ନିବୃତ୍ତ ରହିବାକୁ ବାଧ୍ୟ କରିବାକୁ ପଡି଼ବ । କାରଣ ନାରୀରେ ଧୈର୍ଯ୍ୟର ସୀମା ପାର ହେଲେ ସେ ଦୁର୍ଗା ରୂପ ନେଇଥାଏ। ଆଉ ଦୁଷ୍ଟ ନିବାରଣ କରିଥାଏ । ସେଥିପାଇଁ କୁହାଯାଏ ନାରୀର ନାମ ଗୋଟିଏ କିନ୍ତୁ ରୂପ ଅନେକ। ଯାହା ଏହି ଗୀତରେ ପ୍ରତିପାଦିତ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.