ଭୁବନେଶ୍ବର: ଶୃତି ମହାପାତ୍ର କେବଳ ଏକ ନାଁ ନୁହେଁ ଏକ ଆଶା । କାରଣ ଭିନ୍ନକ୍ଷମଙ୍କ ପାଇଁ ସେ ହେଉଛନ୍ତି ନୂଆ ଆଶା ଓ ଉନ୍ମାଦନାର ଜଣେ ଦରଦୀ ମଣିଷ । ଯିଏ ଶାରୀରିକ ଓ ମାନସିକ ଵିକାରଗ୍ରସ୍ତଙ୍କ ଅଧିକାର ଓ ବିକାଶ ପାଇଁ ୨୭ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଗୋଟେ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ ଅଚଳ ହୋଇଯାଇଥିଲା । ତଥାପି ସେ ପଛକୁ ବୁଲି କେବେ ଚାହିଁନାହାଁନ୍ତି । ନିଜେ ଉଠି ଅନ୍ୟକୁ ସେବା ଯୋଗାଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଓଡ଼ିଶାର ସେହି ପ୍ରେରଣାଦାୟୀ ମହିଳା ସ୍ୱାଭିମାନ ଫାଉଣ୍ଡେସନର ପ୍ରତିଷ୍ଠାତା ଶୃତି ମହାପାତ୍ରଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଓଡ଼ିଆ ଚଳଚ୍ଚିତ୍ର 'ପାଦେ ଆକାଶ'। ଯେଉଁଥିରେ ମୁଖ୍ୟ ଭୂମିକା ବା ସ୍ମୃତିଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଅର୍ଚ୍ଚିତା। ଯାହାର ଟିଜରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜେ ଅର୍ଚ୍ଚିତା ।

ଅର୍ଚ୍ଚିତା ଲେଖିଛନ୍ତି, ଏହି ଚଳଚ୍ଚିତ୍ର ପାଇଁ ମୁଁ ବହୁତ ଗର୍ବ ଅନୁଭବ କରୁଛି । ଏହାସହ ଚଳଚ୍ଚିତ୍ରଟି ତରଙ୍ଗ ପ୍ରଡକ୍ସନରେ କରାଯାଇଥିବା ପୁରା ଟିମକୁ ସେ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ଶୃତି ମହାପାତ୍ରଙ୍କୁ ତାଙ୍କ ତ୍ୟାଗ ଓ ସେବା ପାଇଁ ମହିଳା ଦିବସରେ ନାରୀ ଶକ୍ତିର ସମ୍ମାନ ଦେଇଛନ୍ତି ରାଷ୍ଟ୍ରପତି । ସିନେମାଟି ପ୍ରସ୍ତୁତି ଚାଲିଥିବା ବେଳେ ଖୁବଶୀଘ୍ର ଶେଷ ହେଲେ ଜଣେ ତ୍ୟାଗ ଓ ସମର୍ପଣ ପ୍ରତୀକ ମହିଳାର କାହାଣୀ ଦେଖିବ ଓଡିଶା ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ