ETV Bharat / sitara

Tamanna Bhatia Birthday: 15 ବର୍ଷରୁ ଆରମ୍ଭ କରିଥିଲେ ଅଭିନୟ - 15 ବର୍ଷରୁ ଅଭିନୟ ଆରମ୍ଭ କରିଥିଲେ ତମନ୍ନା

ଟଲିଉଡରୁ ବଲିଉଡ, ସବୁଠି ନିଜ ଅଭିନୟ ପାଇଁ ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଆଜି ଜନ୍ମଦିନ(tamanna bhatia birthday) । 1989 ଡିସେମ୍ବର 21 ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ତମନ୍ନା। ଅଧିକ ପଢନ୍ତୁ

Tamanna Bhatia Birthday: 15 ବର୍ଷରୁ ଆରମ୍ଭ କରିଥିଲେ ଅଭିନୟ

author img

By

Published : Dec 21, 2021, 11:30 AM IST

ହାଇଦ୍ରାବାଦ: ଟଲିଉଡରୁ ବଲିଉଡ, ସବୁଠି ନିଜ ଅଭିନୟ ପାଇଁ ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଆଜି ଜନ୍ମଦିନ(tamanna bhatia birthday) । 1989 ଡିସେମ୍ବର 21 ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ତମନ୍ନା। ତାଙ୍କ ପିତାଙ୍କ ନାମ ସନ୍ତୋଷ ଭାଟିଆ, ଯିଏକି ଜଣେ ହୀରା ବ୍ୟବସାୟୀ ଏବଂ ମାତାଙ୍କ ନାମ ରଜନୀ ଭାଟିଆ, ଯିଏକି ଜଣେ ଗୃହିଣୀ । ସେ ଆଜି ତାଙ୍କର 32ତମ ଜନ୍ମଦିନ ପାଳନ କରୁଛନ୍ତି । ତମନ୍ନାଙ୍କ ପ୍ରାଥମିକ ଶିକ୍ଷା ଜୁହୁର ମାନକ ଜି କପୁର୍ ଏଜୁକେସନାଲ୍ ଟ୍ରଷ୍ଟ ସ୍କୁଲରେ ହୋଇଥିଲା । ତମନ୍ନା ମାତ୍ର 15 ବର୍ଷ ବୟସରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଆରମ୍ଭ କରିଥିଲେ ସେ । ଚଳଚ୍ଚିତ୍ର ‘ଚାନ୍ଦ ସା ରୋଶନ ଚେହରା’ରେ ସେ ପ୍ରଥମେ କାମ ଆରମ୍ଭ କରିଥିଲେ । ତେବେ ତାଙ୍କୁ ମିଲ୍କ ବେବି ନାମରେ ମଧ୍ୟ ସମସ୍ତେ ଜାଣନ୍ତି । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ତେବେ ଆଜି ତମନ୍ନାଙ୍କ ଜନ୍ମଦିନ ଅବସରରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ବିଶେଷ କଥା କହିବୁ ।

ତମନ୍ନା ଭାଟିଆଙ୍କ ପ୍ରଥମ ଫିଲ୍ମ ଫ୍ଲପ୍ ହେବା ପରେ ଅଭିନେତ୍ରୀ କ୍ରମାଗତ ଭାବରେ କିଛି ମ୍ୟୁଜିକ ଭିଡିଓରେ କାମ କରିଥିଲେ । ଏହା ପରେ ତମନ୍ନା ବଲିଉଡ ଛାଡି ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ଆଡକୁ ଯାଇ ଭାଗ୍ୟ ପରୀକ୍ଷା କରିବାକୁ ଲାଗିଲେ । 2005 ଚଳଚ୍ଚିତ୍ର ‘ଶ୍ରୀ’ରେ ତମନ୍ନା ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଅଭିନେତ୍ରୀଙ୍କ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିଲା । ଯାହା ପରେ ତମନ୍ନା ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ପାଇଥିଲେ । ଏବଂ ଏହାପରେ ସାଉଥ ଇଣ୍ଡଷ୍ଟ୍ରିରେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ନିଜ ନାଁ ସାମିଲ କରିଥିଲେ ।

2013 ମସିହାରେ ବଲିଉଡ ଫିଲ୍ମ 'ହିମତ୍ୱାଲା' ସହିତ ତମନ୍ନା ଭାଟିଆ ପୁଣି ଥରେ ବଲିଉଡ ଇଣ୍ଡଷ୍ଟ୍ରି ଆଡକୁ ମୁହାଁଇଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଥିଲେ। ଏହା ପରେ 2014 ମସିହାରେ ଅଭିନେତ୍ରୀ ଫିଲ୍ମ 'ହମଂ ସକଲ' କରିଥିଲେ । ଯେଉଁଥିରେ ଅକ୍ଷୟ କୁମାର ତାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେ ଅକ୍ଷୟଙ୍କ ସହ ପରବର୍ତ୍ତୀ ଫିଲ୍ମ 'ଏଣ୍ଟରଟେନମେଣ୍ଟ'ରେ ମଧ୍ୟ ଅଭିନୟ କରିଥିଲେ।

ତମନ୍ନା ତାଙ୍କ ଚଳଚ୍ଚିତ୍ର ‘ବାହୁବଲୀ - ଦି ବିଗନିଙ୍ଗ’ରେ ଅବନ୍ତିକାଙ୍କ ଭୂମିକାରେ ବଲିଉଡରେ ନିଜ ନାଁ କମାଇଥିଲେ । ଏହି ଚଳଚ୍ଚିତ୍ରରେ ପ୍ରଭାସ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ବାହୁବଲୀ-୨ ରେ ତମନ୍ନାଙ୍କର ଏକ ଛୋଟ ସିନ ମଧ୍ୟ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.