ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାଓୋପିକ 'ବେଲ ବଟମ୍'ରେ ଅଭିନୟ କରିଛନ୍ତି । ୩ ଘଣ୍ଟା ମେକଅପରେ ଇନ୍ଦିରା ଗାନ୍ଧୀଙ୍କ ଲୁକ ନେବା ପରେ ତାଙ୍କୁ ସ୍ବାମୀ ମହେଶ ଭୂପତି ତାଙ୍କୁ ହଗ୍ କରିବାକୁ ଚାହାଁନ୍ତିନି ବୋଲି ସେ କହିଛନ୍ତି ।
- " class="align-text-top noRightClick twitterSection" data="
">
ଗତ କିଛି ଦିନ ତଳେ ବେଲ ବଟମ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ଲାରା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଇନ୍ଦିରାଙ୍କ ପରି ମେକଅପ ନେଇଛନ୍ତି । ତେବେ ସେ ପ୍ରତିଦିନ ସୁଟିଂ ସେଟରେ ୩ ଘଣ୍ଟା ମେକଅପ ନେବା ପରେ ସୁଟିଂ ଆରମ୍ଭ କରିଥାନ୍ତି । ଫିଲ୍ମ ପାଇଁ ତାଙ୍କର ଏହି ଟ୍ରାନ୍ସଫରମେସନ ସମ୍ପର୍କରେ ପଚରାଯିବାରୁ ସେ ଏମିତି କିଛି ମତ ଦେଇଥିଲେ ।
- " class="align-text-top noRightClick twitterSection" data="
">
ଫିଲ୍ମକୁ ପରଫେକ୍ଟ ବନାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା । ସେ ଅବିକଳ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯିବା ପାଇଁ ଏହି ମେକଅପ ନେଉଥିଲେ । ତେବେ ତାଙ୍କ ଏହି ଟ୍ରାନ୍ସଫରମେସନ ପରେ ସବୁଠୁ ରୋମାଞ୍ଚକର ଥିଲା ତାଙ୍କ ପରିବାରର ପ୍ରତିକ୍ରିୟା । ମେକଅପ ପରେ ସେ ଲାରା ବୋଲି ଜଣାପଡୁନଥିବାରୁ ତାଙ୍କୁ ହଗ୍ କରିବା ପାଇଁ ସ୍ବାମୀ ମହେଶ ଚାହୁଁନଥିଲେ ବୋଲି ସେ କହିଛନ୍ତି ।
- " class="align-text-top noRightClick twitterSection" data="">
ଏହି ଫିଲ୍ମକୁ ରଞ୍ଜିତ ଏମ ତିୱାରି ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ RAW ଏଜେଣ୍ଟ ଭାବେ ଅକ୍ଷମ କୁମାର ଅଭିନୟ କରିଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିବା ପ୍ଲେନ ହାଇଜ୍ୟାକରେ ସେ ୨୦୦ ହୋଷ୍ଟେଜଙ୍କୁ ଉଦ୍ଧାର କରିଥିଲେ । ଏଥିରେ ଅନ୍ୟ କଳାକାର ଭାବେ ବାନି କପୁର, ହ୍ୟୁମା କ୍ୟୁରେଶୀ ଅଭିନୟ କରୁଛନ୍ତି ।
- " class="align-text-top noRightClick twitterSection" data="">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ