ETV Bharat / sitara

ସରିଲା ଆକ୍ସନ ଆଇକନ ବିଦ୍ୟୁତ ଜମୱାଲଙ୍କ ନିର୍ବନ୍ଧ, ଜାଣନ୍ତୁ କାହାକୁ କରିବେ ବିବାହ...

author img

By

Published : Sep 13, 2021, 5:31 PM IST

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତା ବିଦ୍ୟୁତ ଜମୱାଲ । ଫ୍ୟାସନ ଡିଜାଇନର ନନ୍ଦିତା ମହତାନିଙ୍କ ସହିତ ନିର୍ବନ୍ଧ କରିଛନ୍ତି ଏହି ଅଭିନେତା । ଅଧିକ ପଢନ୍ତୁ...

ନନ୍ଦିତା ମହତାନିଙ୍କ ସହ ନିର୍ବନ୍ଧ କଲେ Vidyut Jammwal

ମୁମ୍ବାଇ: ବଲିଉଡ଼ ଅଭିନେତା ବିଦ୍ୟୁତ ଜମୱାଲ ଫ୍ୟାସନ ଡିଜାଇନର ନନ୍ଦିତା ମହତାନିଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଏହି କମାଣ୍ଡୋ ଆକ୍ଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମହତାନିଙ୍କ ସହ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେମାନେ ଚଳିତ ମାସ ଉଭୟଙ୍କ ଜୀବନ ସାଥୀ ଭାବେ ବାଛିଥିବା କହିଛନ୍ତି ।

ବିଦ୍ୟୁତ ସେୟାର କରିଥିବା ପ୍ରଥମ ଫଟୋରେ ଉଭୟ ଏକ ପାହାଡ଼ ଉପରେ ଚଢୁଥିବା ବେଳେ ଅନ୍ୟ ଏକ ଫଟୋରେ ଉଭୟ ତାଜମହଲ ସାମନାରେ ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଏହି ୪୦ ବର୍ଷୀୟ ଅଭିନେତା ନିର୍ବନ୍ଧ ତାରିଖକୁ ଲେଖିଛନ୍ତି । ତେବେ ସେମାନେ ସେପ୍ଟେମ୍ବର ୧ ତାରିଖରେ ନିର୍ବନ୍ଧ କରିଥିବା ଜଣାପଡ଼ିଛି ।

ତେବେ ମହତାନିଙ୍କୁ ମଧ୍ୟ ୪୦ ବର୍ଷ ବୟସ ହୋଇଥିବା ବେଳେ ସେ ମଧ୍ୟ ସମାନ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ବିଦ୍ୟୁତଙ୍କୁ ଜୀବନ ସାଥୀ ଭାବେ ବାଛିବା ପାଇଁ ସେ ଅଧିକ ସମୟ ନେଇପାରିଲେନି ଓ ପରିଶେଷରେ ତାଙ୍କୁ ବିବାହ ପାଇଁ ହଁ ଭରିଥିବା ସେ କ୍ୟାପସନରେ ଲେଖିଛନ୍ତି । ଏହାସହିତ ନିର୍ବନ୍ଧ ତାରିଖକୁ ମଧ୍ୟ ସେ କ୍ୟାପସନରେ ଲେଖିଛନ୍ତି । ତେବେ ସୂଚନା ଥାଉ କି ବିଦ୍ୟୁତ ଆଗକୁ 'ସନକ୍‌' ଓ 'ଖୁଦା ହାଫିଜ ଚାପ୍ଟର-୨'ରେ ନଜର ଆସିବାକୁ ଯାଉଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.