ETV Bharat / sitara

ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ, ମଥୁରା ବିଜୟରୁ ଆରମ୍ଭ ହୋଇଥିଲା ଜୟ ଯାତ୍ରା

author img

By

Published : Jan 11, 2022, 8:39 PM IST

Updated : Jan 11, 2022, 8:55 PM IST

ପରଦାରେ ଅନେକ କନ୍ଦାଇଥିଲେ, ହେଲେ ଆଜି ସତରେ କନ୍ଦାଇ ଦେଲେ । ସଭିଙ୍କ ଆଖି ଭିଜାଇ ଚିର ନିଦ୍ରାରେ ଶୋଇ ପଡିଛନ୍ତି ଓଲିଉଡ ଜଗତର ବର୍ଷିୟାନ ଅଭିନେତା ମିହିର ଦାସ । ତାଙ୍କ ବିୟୋଗ କଳାଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏକ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି । ଦେଖନ୍ତୁ ଏହି ରିପୋର୍ଟ

ରକ୍ତରେ ଥିଲା ଅଭିନୟ, ଝୁରି ହେଉଛନ୍ତି ପ୍ରଶଂସକ

ହାଇଦ୍ରାବାଦ: ଅଭିନୟ ଥିଲା ତାଙ୍କ ରକ୍ତରେ, କିମିଆ କରୁଥିଲେ କଳାର ଯାଦୁରେ । ପରଦାରେ ଅନେକ କନ୍ଦାଇଥିଲେ, ହେଲେ ଆଜି ସତରେ କନ୍ଦାଇ ଦେଲେ । ସଭିଙ୍କ ଆଖି ଭିଜାଇ ଚିର ନିଦ୍ରାରେ ଶୋଇ ପଡିଛନ୍ତି ଓଲିଉଡ ଜଗତର ବର୍ଷିୟାନ ଅଭିନେତା ମିହିର ଦାସ । କିଏ ତାଙ୍କୁ ଅଭିନୟର ଜାଦୁଗର କହୁଥିଲା ତ ଆଉ କିଏ ଗୁରୁ ଡାକୁଥିଲେ । ବର୍ଷେ ନୁହଁ କି ୬ ମାସ, ଦୀର୍ଘ ୩ ଦଶନ୍ଧି ଧରି କେତେବେଳେ ହସାଇଛନ୍ତି, କନ୍ଦାଇଛନ୍ତି ତ ଆଉ କେତେବେଳେ ରଗାଇଛନ୍ତି । ସେ ଥିଲେ ଅଭିନୟର ଅଲରାଉଣ୍ଡର । ନାୟକ, ଖଳନାୟକ, ପାର୍ଶ୍ବ କଳାକାର ଏବଂ ହାସ୍ୟ କଳାକାର, ସବୁ ଚରିତ୍ରରେ ନିଖୁଣ ଅଭିନୟ କରି ଘରେ ଘରେ ପରିଚିତ ଥିଲେ । ତାଙ୍କ ବିୟୋଗ କଳାଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏକ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି ।

ରକ୍ତରେ ଥିଲା ଅଭିନୟ, ଝୁରି ହେଉଛନ୍ତି ପ୍ରଶଂସକରକ୍ତରେ ଥିଲା ଅଭିନୟ, ଝୁରି ହେଉଛନ୍ତି ପ୍ରଶଂସକ

କଟକର ଏକ ଘରୋଇ ହସ୍ପିଟାଲରେ ଆଜି ଅପରାହ୍ଣରେ ମିହିର ଦାସଙ୍କର 63 ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର ମଲ୍ଟି ଅର୍ଗାନ ଫେଲ୍ୟୁର (ଏକାଧିକ ଅଙ୍ଗ ଅକାମୀ ହେବା) ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ୨୦୨୧ ନଭେମ୍ବର 7 ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହାପର ଠାରୁ ସେ ICU ରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ଆଜି ସମସ୍ତଙ୍କୁ ସ୍ତବ୍ଧ କରି ଆରପାରିକୁ ଚାଲି ଯାଇଛନ୍ତି ଓଲିଉଡ ବାଦଶାହ ।

ମିହିର ଦାସଙ୍କ ଜନ୍ମ:

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ୧୯୬୬ ମସିହା ଫେବ୍ରୁଆରି ୧୧ ତାରିଖରେ ମୟୂରଭଞ୍ଜ ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା । ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ପାଦ ଥାପିଥିଲେ । ଆର୍ଟ ଫିଲ୍ମ, ସ୍କୁଲ୍ ମାଷ୍ଟରରୁ ଆରମ୍ଭ କରିଥିଲେ ଅଭିନୟ କ୍ୟାରିୟର । ଏହା ପରେ ଅଭିନୟ ଇମାରତର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଓଲିଉଡ ଜଗତରେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ପରିଚୟ । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟର ଛାପ ଛାଡିଯାଇଛନ୍ତି ।

ଶ୍ରେଷ୍ଠ କଳାକାର ସମ୍ମାନ:

୧୦୦ ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ମିହିର ଦାସ । ସେ ନାୟକ, ଖଳନାୟକ, ହାସ୍ୟ ଚରିତ୍ର ଓ ଚରିତ୍ର ଅଭିନେତ‌ା ଆଦି ଭୂମିକା ନିଭାଇ ଦର୍ଶକଙ୍କୁ ତାଙ୍କ ଅଭିନୟର ଯାଦୁରେ ବାନ୍ଧି ରଖିଥିଲେ । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ପୁଅ ମୋର ଭୋଳା ଶଙ୍କର, ଫେରିଆ ମୋ ସୁନା ଭଉଣୀ, ସ୍ତ୍ରୀ, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ସୁନା ଚଢେଇ ମୋ ରୂପା ଚଢେଇ, ସୌଭାଗ୍ୟବତୀ, ଅଭିମନ୍ୟୁ, ଅଗସ୍ତ୍ୟ, ମାଇଁ ଲଭ ଷ୍ଟୋରୀ, ଟାର୍ଗେଟ୍, ଚୋରି ଚୋରି ମନ ଚୋରି, ବାଜି, ପହିଲି ରଜ, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ ମିହିର ଦାସ ଅନେକ ଟିଭି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ ମସିହାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- କାଲି ଅନ୍ତିମ ସଂସ୍କାର, ମିହିର ଦାସଙ୍କୁ ଦିଆଯିବ ଗାର୍ଡ ଅଫ୍‌ ଅନର

ଅଭିନୀତ ଚଳଚିତ୍ର:

ମିହିର ଦାସଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା ରଜାଝିଅ ସଂଗେ ହେଇଗଲା ଭାବ, ଇଡିଅଟ୍, ଏମିତି ବି ପ୍ରେମ ହୁଏ, କଟକ, କ୍ରିମିନାଲ୍, ୧୪୩ ଆଇ ଲଭ ୟୁ, ବାଇଶି ପାହାଚେ ଖେଳିବ ମୀନ, ହିରୋ- ପ୍ରେମ କଥା, ମତେ ବୋହୂ କରି ନେଇ ଯା, ଏ ମନ ଖୋଜେ ମନଟିଏ, ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ମନ ମୋର ପ୍ରଜାପତି, ଲୋଫର୍, ତୁ ଥା ମୁଁ ଯାଉଛି ଋଷି, ଆସିବୁ କେବେ ସାଜି ମୋ ରାଣୀ, ଦିୱାନା, ପ୍ରେମ ଅଢ଼େଇ ଅକ୍ଷର, ତୋତେ ଭଲ ପାଉଛି ବୋଲି, ତୋର ମୋର ଯୋଡ଼ି ସୁନ୍ଦର, ଭୁଲ ବୁଝିବନି ମୋତେ, ପହିଲି ରଜ, ସଞ୍ଜୁ ଆଉ ସଞ୍ଜନା, ସମୟ ଖେଳୁଚି ଚକା ଭଉଁରୀ, ସୁହାଗ ସିନ୍ଦୂର, ଆ ଲୋ ମୋର କଣ୍ଢେଇ, ମୁଁ କଣ ଏତେ ଖରାପ, ଶୁଭ ବିବାହ, ଆଖି ପଲକରେ ତୁ, ତୁମେ ହିଁ ସାଥି ମୋର, ଅଭିମନ୍ୟୁ,ସାତ ସୁରେ ବନ୍ଧା ଏ ଜୀବନ, ଆରେ ସାଥି ଆ, ପ୍ରତିଶୋଧ ଅପରାଧ ନୁହେଁ, ସାଗର, କନ୍ୟାଦାନ, କେଉଁ ଦୁନିଆଁରୁ ଆସିଲ ବନ୍ଧୁ ଅନ୍ୟତମ ଅଟେ ।

ସେହିଭଳି, ଆଇଲାରେ ଓଡ଼ିଆ ପୁଅ, ଶତ୍ରୁ ସଂହାର, ସୁନା ଚଢ଼େଇ ମୋ ରୂପା ଚଢ଼େଇ, ପ୍ରିୟା – ଦି ଡ୍ରିମ ଗାର୍ଲ, ମୁଁ ସପନର ସଉଦାଗର, ମତେ ତ ଲଭ ହେଲାରେ, ହସିବ ପୁଣି ମୋ ସୁନା ସଂସାର, ତୋ ବିନା ଭଲ ଲାଗେନା, ଅଗ୍ନିଶିଖା, ଚକା ଚକା ଭଉଁରୀ, ଧଉଳି ଏକ୍ସପ୍ରେସ୍, ଏ ମନ ମାନେନା, ମୁଁ ତତେ ଲଭ କରୁଛି, ଫେରିଆ ମୋ ସୁନା ଭଉଣୀ, ଆରେ ସାଥି ଆ, ସୌଭାଗ୍ୟବତୀ, ସ୍ତ୍ରୀ, ଭୁଲ କାହାର, ମୁନ୍ନା-ଏ ଲଭ ଷ୍ଟୋରୀ, ସମୟ ହାତରେ ଡୋରି, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଶାଶୁଘର ଚାଲିଯିବି, ଥ୍ୟାଙ୍କ ୟୁ ଭଗବାନ, ମତେ ଆଣି ଦେଲ ଲକ୍ଷେ ଫଗୁଣ, ତୁ ଏକା ଆମ ସାହା ଭରଷା, ଜୀବନ ମୃତ୍ୟୁ, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମାତୃଶକ୍ତି, ଜୀବନ ଧାରା, ବାଜି, ଘର ମୋର ସ୍ବର୍ଗ, ପ୍ରିତୀର ଇତି, କି ହେବ ଶୁଆ ପୋଷିଲେ, ଧର୍ମ ଦେବତା, ହରି ଭାଇ ହାରେନା, ପ୍ରେମ ବନ୍ଧନ, ରଶ୍ମୀ ରେଖା, ସମୟ ଚକରେ ସଂସାର ରଥ, ଗୋପରେ ବଢୁଛି ମୋ କଳା କହ୍ନେଇ, କଥା କହିବ ମୋ ମଥା ସିନ୍ଦୂର, ଷୋଳ ଶୁକ୍ରବାର, ପବିତ୍ର ବନ୍ଧନ, କୃଷ୍ଣା କାବେରୀ, ମା’ ଓ ମମତା, ମା’ ପରି କିଏ ହେବ, ରାଖି ଭିଜିଗଲା ଆଖି ଲୁହରେ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଥିଲେ ।

ରାଜନୈତିକ କ୍ୟାରିୟର:

ମିହିର ଦାସ ଅଭିନୟରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ରାଜନୀତିକୁ ଆସିଥିଲେ । ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମିହିର ଦାସ ବିଜୁ ଜନତା ଦଳରେ ଯୋଗ ଦେଇ ଦଳ ଲାଗି ପ୍ରଚାର କରିଥିଲେ । ଏହାପରେ ମିହିର ଦାସ ବିଜେଡି ପରିତ୍ୟାଗ କରି ୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ।

ମଥୁରା ବିଜୟରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା କାକା ଆଜି ଜୀବନର ମଧ୍ୟାହ୍ଣରେ ଅସ୍ତମିତ ହୋଇଯାଇଛନ୍ତି । ଓଡିଆ ଫିଲ୍ମ ଜଗତରେ ତାଙ୍କର ଅବଦାନ ପାଇଁ ଝୁରୁଛି କଳାଜଗତ, ମନେ ପକାଉଛନ୍ତି ଦର୍ଶକ । ଆଉ ଏ ଓଲିଉଡ ଜଗତ ଥିବା ପର୍ଯ୍ୟନ୍ତ ମନେ ରହିବେ ମିହିର । ବିଦାୟ ଅଭିନୟର ବାଦଶାହ...

ଇଟିଭି ଭାରତ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜାଳି...

Last Updated : Jan 11, 2022, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.