ETV Bharat / sitara

‘ଶେରଶାହ’ ଟ୍ରେଲର ଦେଖି ଫ୍ୟାନ୍ସ କହିଲେ ‘ଦିଲ୍‌ ମାଙ୍ଗେ ମୋର୍‌’

author img

By

Published : Jul 27, 2021, 10:36 PM IST

1999 ରେ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଶେରଶାହ’ ର ଟ୍ରେଲର ରିଲିଜ । ଅଧିକ ପଢ଼ନ୍ତୁ...

trailer of film sher shaah  released,  sidharth malhotra,  kiara advani, film on captain vikram batra, ଶେରଶାହ ଟ୍ରେଲର, ଦିଲ୍‌ ମାଙ୍ଗେ ମୋର୍‌, ଦିଲ ମାଙ୍ଗେ ମୋର
‘ଶେରଶାହ’ ଟ୍ରେଲର ଦେଖି ଫ୍ୟାନ୍ସ କହିଲେ ‘ଦିଲ୍‌ ମାଙ୍ଗେ ମୋର୍‌’

ହାଇଦ୍ରାବାଦ: ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଶେରଶାହ’ର ଟ୍ରେଲର 25 ଜୁଲାଇ ରବିବାର ଦିନ ରିଲିଜ ହୋଇଛି । ଏହି ଫିଲ୍ମଟି 1999 ରେ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ । ସିଦ୍ଧାର୍ଥ ଏହି ଚଳଚ୍ଚିତ୍ରରେ ବିକ୍ରମ ବତ୍ରା ଭୂମିକାରେ ନଜର ଆସିଛନ୍ତି । 15 ଅଗଷ୍ଟ 1999 ରେ ଭାରତ ସରକାରଙ୍କ ଦ୍ବାରା କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କୁ ମରଣୋତ୍ତର ପରମବୀର ଚକ୍ର ପ୍ରଦାନ କରାଯାଇଥିଲା ।

ଚଳଚିତ୍ର ନିର୍ମାତା କାର୍ଗିଲ ବିଜୟ ଦିବସ ଅବସରରେ ଫିଲ୍ମ ‘ଶେରଶାହ’ ର ଟ୍ରେଲର ରିଲିଜ କରିଛନ୍ତି । ଟ୍ରେଲରରେ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ ଏବଂ ସାହସିକତା ଦେଖିବାକୁ ପାଇବେ ଦର୍ଶକ । ଟ୍ରେଲରରେ ଶହୀଦ ବିକ୍ରମ ବତ୍ରା କିପରି ପାକିସ୍ତାନୀ ସେନାକୁ ଧ୍ବଂସ କରିଥିଲେ ତାହା ଦେଖିବାକୁ ମିଳିଛି।

  • " class="align-text-top noRightClick twitterSection" data="">

୩ ମିନିଟରେ ଏହି ଟ୍ରେଲରେ ସବୁଠାରୁ ବେଶି ଆକର୍ଶିତ କରିଛି ସିଦ୍ଧାର୍ଥ ମହ୍ଲୋତ୍ରାଙ୍କ ଡାଇଲଗ । ‘ୟା ତୋ ତିରଙ୍ଗା ଲହରା କେ ଆଉଙ୍ଗା, ୟା ତିରଙ୍ଗେ ମେ ଲିପଟ କର ଆଉଙ୍ଗା, ଲେକିନ ଆଉଙ୍ଗା ଜରୁର’ ଓ ‘ଦିଲ ମାଙ୍ଗେ ମୋର’ ଆପଣଙ୍କ ମନକୁ ଛୁଇଁ ଯିବ । ଟ୍ରେଲର ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି ଆଉ ଫିଲ୍ମକୁ ଅପେକ୍ଷା କରିଥିବା ଫ୍ୟାନ୍ସ ବି କହୁଛନ୍ତି ‘ଦିଲ ମାଙ୍ଗେ ମୋର୍‌’ ।

ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶେରଶାହ’ ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମଟି ସ୍ବାଧୀନତା ଦିବସ ପୂର୍ବରୁ ଅଗଷ୍ଟ 12 ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.