ETV Bharat / sitara

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଜୟଦେବ ସମ୍ମାନ ପାଇଲେ ଘନଶ୍ୟାମ ମହାପାତ୍ର - ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷିତ

୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହୋଇଛି ଘୋଷିତ । ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି ଏହି କଳାକାର...

୨୦୧୯ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ: ଜାଣନ୍ତୁ କିଏ ଜିତିଛନ୍ତି କ'ଣ
୨୦୧୯ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ: ଜାଣନ୍ତୁ କିଏ ଜିତିଛନ୍ତି କ'ଣ୨୦୧୯ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ: ଜାଣନ୍ତୁ କିଏ ଜିତିଛନ୍ତି କ'ଣ
author img

By

Published : Nov 5, 2021, 5:57 PM IST

Updated : Nov 5, 2021, 9:13 PM IST

ଭୁବନେଶ୍ବର: ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ 8ତମ ଟେଲି ପୁରସ୍କାର ଘୋଷଣା କରାଯାଇଛି । ୨୦୧୯ ବର୍ଷ ପାଇଁ ଘୋଷିତ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । 'କାଳିଆ କରୁଛି ଲୀଳା' ଫିଲ୍ମକୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର ମିଳିଥିବା ବେଳେ ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସୋରଜ ପରିଡ଼ାଙ୍କୁ ଶ୍ରେଷ୍ଠ ଅଭିନେତା ଓ କାବ୍ୟ କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କରାଯାଇଛି ମନୋନୀତ ।

୮ମ ରାଜ୍ୟ ଟେଲି ପୁରସ୍କାର ଘୋଷିତ, ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ସମ୍ମାନ

ସେପଟେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳ ମାଧବ ପଣ୍ଡା ପାଇବେ ପୁରସ୍କାର । ଏହାସହିତ ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ମିଳିବ ଜୟଦେବ ପୁରସ୍କାର । ଜୟଦେବ ସମ୍ମାନ ପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ସହିତ ମାନପତ୍ର ମିଳିବ ବୋଲି ଜଣାପଡ଼ିଛି । ଶ୍ରେଷ୍ଠ ଗୀତିକାର ଭାବେ ଅରୁଣ ମନ୍ତ୍ରୀଙ୍କୁ ‘ଭିଜେଇ ଦେଇ ଯା ଥରେ’ ପାଇଁ ମିଳିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ବବି ମିଶ୍ରଙ୍କୁ ବାବୁ ଭାଇଜାନ ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା, ବାପା ତୁମେ ଭାରି ଦୁଷ୍ଟରେ ଅଞ୍ଜନା ଦାଶଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ, ଖୁସି ପାଇଁ ଐଶ୍ବର୍ଯ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ସମ୍ମାନ ମିଳିବ ।

ଓଡ଼ିଶାରେ ପ୍ରାନ୍ତୀୟ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ଚଳଚ୍ଚିତ୍ର 'ଝରନ୍‌' ପାଇଁ ପ୍ରଯୋଜକ ଶ୍ରୀକର ମିଶ୍ରଙ୍କୁ ପୁରସ୍କାର ମିଳିବାକୁ ଥିବା ବେଳେ ଶ୍ରେଷ୍ଠ ସଂଳାପ ଲେଖକ ଭାବେ 'ଶଲା ବୁଢାର ବଦ୍‌ଲା' ଚଳଚ୍ଚିତ୍ର ପାଇଁ ସ୍ବର୍ଗତଃ ଅଟଳ ବିହାରୀ ପଣ୍ଡାଙ୍କୁ ମିଳିବ ପୁରସ୍କାର । ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ 'ଶଲା ବୁଢାର ବଦ୍‌ଲା' ଚଳଚ୍ଚିତ୍ରର ଚୈତନ୍ୟ ମଝାରୀ, ଶ୍ରେଷ୍ଠ ରୂପ ସଜ୍ଜାକାରୀ ଓ ଶ୍ରେଷ୍ଠ ନୃତ୍ୟ ସଂଯୋଜନାରେ ଭାବେ 'ବାବୁ ଭାଇଜାନ୍‌'ର ରାଜୁ ଓ ଗିରୀଶ ମହାନ୍ତିଙ୍କୁ ମିଳିବ ସମ୍ମାନ ।

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଜୟଦେବ ସମ୍ମାନ ପାଇଲେ ଘନଶ୍ୟାମ ମହାପାତ୍ର

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 5, 2021, 9:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.