ETV Bharat / sitara

ନିର୍ଦ୍ଦେଶକ ଏସପି ଜନନାଥନଙ୍କ ଦେହାନ୍ତ

author img

By

Published : Mar 14, 2021, 7:58 PM IST

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ବିଜେତା ଏସପି ଜନନାଥନଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

Tamil filmmaker SP Jananathan passes away
ନିର୍ଦ୍ଦେଶକ ଏସପି ଜନନାଥନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ବିଜେତା ଏସପି ଜନନାଥନଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ 61 ବର୍ଷ ବୟସ ହୋଇଥିଲେ । ସେ ମାର୍ଚ୍ଚ 14 ରେ ଚେନ୍ନାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ 11 ରେ ଜନନାଥନ ତାଙ୍କ କୋଠରୀରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଜନନାଥନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଲାବାମ୍ ର ପୋଷ୍ଟ ପ୍ରଡକ୍ସନ୍ କାର୍ଯ୍ୟରେ ନିୟୋଜିତ ଥିଲେ । ଏହି ଚଳଚ୍ଚିତ୍ରରେ ବିଜୟ ସେତୁପତୀ ଏବଂ ଶ୍ରୁତି ହାସନ ମୁଖ୍ୟ ଭୂମିକାରେ ଅଛନ୍ତି ।

ଜନନାଥନଙ୍କ ଦେହାନ୍ତ ଖବର ଶୁଣିବା ପରେ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ପ୍ରକାଶ ଥାଉ ଯେ, ଜନନାଥନ୍ 2004 ମସିହାରେ ଫିଲ୍ମ 'ଇୟାରକଇ' ସହିତ କ୍ୟାରିୟର ଆରମ୍ଭ କରିଥିଲେ । ଏହି ତାମିଲ ଚଳଚ୍ଚିତ୍ର ବକ୍ସ ଅଫିସରେ ଏକ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । କେବଳ ଏତିକି ନୁହେଁ, ଜନନାଥନ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ । ତାଙ୍କର 18 ବର୍ଷର ଚଳଚ୍ଚିତ୍ର କ୍ୟାରିଅରରେ ଜନନାଥନ୍ କେବଳ 4 ଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଏବଂ ତାଙ୍କର ସମସ୍ତ ଚଳଚ୍ଚିତ୍ର ହିଟ୍ ବୋଲି ପ୍ରମାଣିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.