ଚେନ୍ନାଇ: ତାମିଲ ଅଭିନେତ୍ରୀ ବିଜୟ ଲକ୍ଷ୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ। ରବିବାର ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଭିଡିଓ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ସିମାନ ଓ ହରି ନାଦାରଙ୍କ ସମର୍ଥକ ବା ଅନୁଗାମୀଙ୍କ ଦ୍ବାରା ନିର୍ଯ୍ୟାତିତ ପାଇବା ପରେ ଆତ୍ମହତ୍ୟା କରୁଥିବା କହିଛନ୍ତି।
ତେବେ ବିଜୟଲକ୍ଷ୍ମୀଙ୍କୁ ଦୁର୍ବ୍ୟବହାର ତଥା ଗାଳିଗୁଲଜ କରାଯାଇଥିବା ସେ ଉକ୍ତ ଭିଡିଓରେ ଅଭିଯୋଗ କରିଛନ୍ତି। ଯେଉଁଠାରେ ସେ ନାମ ଥିମିଜର ଦଳର ନେତା ସିମାନ ଏବଂ ପାନକଟ୍ଟୁ ପଡାଇର ହରି ନାଡାରଙ୍କ ଲୋକଙ୍କ ସହ ମତଭେଦ ହେତୁ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି।
ରବିବାର ଦିନ ସେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ବଟିକା ଖାଇଥିବାର ଦାବି କରିଛନ୍ତି ଯାହା ଦ୍ବାରା ରକ୍ତଚାପ ହ୍ରାସ ପାଇବ ଓ ତାଙ୍କର ମୃତ୍ୟୁ ହେବ। ଏପରିକି ତାଙ୍କୁ ଅନଲାଇନରେ ନିର୍ଯ୍ୟାତନା ଦେଇଥିବାରୁ ଦୁଇ ନେତାଙ୍କୁ ଗିରଫ କରାଯିବାକୁ ସେ ଦାବି କରିଛନ୍ତି।
ଫ୍ରେଣ୍ଡସ୍ ଫିଲ୍ମରେ ସୁରିଆଙ୍କ ବିପକ୍ଷରେ ତାମିଲରେ ଡେବ୍ୟୁ କରିଥିବା ବିଜୟଲକ୍ଷ୍ମୀ ତାମିଲରେ ଅନ୍ୟ କିଛି ଚଳଚ୍ଚିତ୍ର କରିଥିଲେ ଏବଂ ପରେ କନ୍ନଡକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ କିଛି ଦିନ କାମ କରିବା ପରେ ସେ ଅସୁସ୍ଥ ହୋଇ ବେଙ୍ଗାଲୁରୁରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏପରିକି ଆର୍ଥିକ ସଙ୍କଟ ସମୟରେ ସହାୟତା ପାଇଁ ଅନେକ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ନିକଟକୁ ଯାଇଛନ୍ତି। ତାଙ୍କୁ ସାହାଯ୍ୟ କରିବାକୁ କିଚା ସୁଦୀପଙ୍କ ସମେତ ଅନେକେ ଆଗକୁ ଆସିଥିଲେ, କିନ୍ତୁ ସେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସଂଘର୍ଷ କରୁଥିଲେ ଏବଂ ଜଣେ କନ୍ନଡ ଅଭିନେତା ତାଙ୍କୁ ଯୌନ ନିର୍ଯାତନା ଦେଉଥିବାର ମଧ୍ୟ କୁହାଯାଉଥିଲା। ବର୍ତ୍ତମାନ ବିଜୟ ଲକ୍ଷ୍ମୀଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି , ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।