ETV Bharat / sitara

ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାଗିଣୀଙ୍କୁ ମିଳିଲା ଜାମିନ୍ - ଅଭିନେତ୍ରୀ ରାଗିଣୀଙ୍କୁ ଜାମିନ

ଚନ୍ଦନକାଠ ଡ୍ରଗ୍ସ ସେବନ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାଗିଣୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି । ଅଧିକ ପଢନ୍ତୁ...

Supreme Courts Grants Bail to Actress Ragini Dwivedi in Sandalwood Drug case
ଡ୍ରଗ୍ସ ମାମଲା: ଅଭିନେତ୍ରୀ ରାଗିଣୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ ପ୍ରଦାନ
author img

By

Published : Jan 21, 2021, 6:24 PM IST

ବେଙ୍ଗାଲୁରୁ: ଡ୍ରଗ୍ ସେବନ କରୁଥିବା ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଗୁରୁବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ରାଗିଣୀଙ୍କୁ ସେପ୍ଟେମ୍ବର 4 ତାରିଖରେ ଗିରଫ କରାଯାଇଥିଲା ।

ନଭେମ୍ବରରେ କର୍ଣ୍ଣାଟକ ହାଇକୋର୍ଟ ରାଗିଣୀ ଏବଂ ସଞ୍ଜନା ଗାଲ୍ରାନିଙ୍କ ଦ୍ବାରା ଦାଖଲ ହୋଇଥିବା ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ପାର୍ଟି ତଥା ଇଭେଣ୍ଟରେ ଡ୍ରଗ୍ସ ସେବନ ତଥା ଯୋଗାଣ ଅଭିଯୋଗରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିଥିଲା ।

ଆଇପିସିର ବିଭିନ୍ନ ବିଭାଗ ଅଧୀନରେ 120 ବି (ଅପରାଧିକ ଷଡଯନ୍ତ୍ର) ଏବଂ 1985 ର ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ଅନୁଯାୟୀ ଧାରା 21, 21C, 27A, 27Bଏବଂ ଧାରା 29 ଅନୁଯାୟୀ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ରାଗିଣୀଙ୍କୁ ସେପ୍ଟେମ୍ବର 4ରେ ଗିରଫ କରାଯାଇଥିବା ବେଳେ ସେପ୍ଟେମ୍ବର ୨ ତାରିଖରେ ସଞ୍ଜନାଙ୍କୁ ଗିରଫ କରାଯାଇଥିଲା ।

ସେମାନଙ୍କ ଦ୍ବାରା ପୂର୍ବରୁ ଦାଖଲ କରାଯାଇଥିବା ଜାମିନ ଆବେଦନକୁ ସେପ୍ଟେମ୍ବର 28 ତାରିଖରେ କୋର୍ଟ ଖାରଜ କରିଦେଇଥିଲେ । ଅଭିଯୁକ୍ତ ଆବେଦନକାରୀ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସବିଶେଷ ଶୁଣାଣି ପରେ ହାଇକୋର୍ଟ ଅକ୍ଟୋବର 25 ରେ ଏହାର ଆଦେଶ ସଂରକ୍ଷଣ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.