ଭୁବନେଶ୍ବର: ଓଲିଉଡର ବଡ଼ ପରଦାକୁ ଆସିବ ଏକ ଟ୍ରାନ୍ସଜେଣ୍ଡରଙ୍କ କାହାଣୀ । ଯାହାର ନାଁ ରହିଛି 'କିଏ ହେବ ମୋ ହିରୋଇନ'। ଖୁବଶୀଘ୍ର ଓଡ଼ିଆ ଭାଷାରେ ଆସିବ ଏହି ଫିଲ୍ମ । ଏକ୍ସସେଲ ବ୍ୟାନରର ଅଷ୍ଟମ ଅବଦାନରେ ଏହି ଫିଲ୍ମର ଆଜି ରାଜଧାନୀ ସ୍ଥିତ ହନୁମାନ ମନ୍ଦି ରେ ଶୁଭମହୁରତ ହୋଇଛି।
ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତା ଅସିତ ଓ ଅଭିନେତ୍ରୀ ସୋନମ। ଫିଲ୍ମଟିର କାହାଣୀ ରଚନା କରିଛନ୍ତି ବିଜୟଲକ୍ଷ୍ମୀ ପଣ୍ଡା ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ଲେଙ୍କା । ଏହାସହ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରବିନ୍ଦ୍ର ପଣ୍ଡା।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ