ETV Bharat / sitara

କୋରୋନା ସଂକ୍ରମଣ: ସୁସ୍ଥ ଅଛନ୍ତି ଶ୍ରିୟାଙ୍କ ସ୍ବାମୀ

author img

By

Published : Apr 15, 2020, 6:49 PM IST

କିଛି ଦିନ ପୂର୍ବରୁ ସାଉଥର ଲୋକପ୍ରିୟ ଅଭିନେତ୍ରୀ ଶ୍ରିୟା ନିଜ ସ୍ବାମୀଙ୍କ ସହ ସ୍ପେନର ଏକ ମେଡିକାଲକୁ କୋରୋନା ଟେଷ୍ଟ କରିବାକୁ ଯାଇଥିଲେ। ସ୍ବାମୀଙ୍କ ମଧ୍ୟରେ ଦେଖା ଦେଇଥିଲା ଲକ୍ଷଣ।

shriya saran
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରିୟା ସରନ

ମୁମ୍ବାଇ: ପୁରା ବିଶ୍ବରେ କୋରୋନା ଭାଇରସ ତାଣ୍ଡବ। ଲକ୍ଷରୁ ଅଧିକ ଏହି ସଂକ୍ରମଣରେ ସଂକ୍ରମିତ ହୋଇ ସାରିଲେଣି। ଆଉ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି। ସେଲିବ୍ରିଟିଙ୍କ ମଧ୍ୟରେ ଏହାକୁ ନେଇ ଆତଙ୍କ ଦେଖିବାକୁ ମିଳୁଛି। କନିକା କପୁର, କରୀମ ମେରାନୀ, ପୂର୍ବ କୋହିଲଙ୍କ ପରେ ଏବେ ନୂଆ ମାମଲା ସାମ୍ନାକୁ ଆସିଛି।

ସାଉଥର ପପୁଲାର ଅଭିନେତ୍ରୀ ଶ୍ରିୟା ସରନ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ସେ ଜଣାଇଛନ୍ତି ଯେ ତାଙ୍କ୍ ସ୍ବାମୀ ଅଣ୍ଡ୍ରୋଇ କୋସଚିଭଙ୍କ ମଧ୍ୟରେ କୋରୋନା ଲକ୍ଷଣ ଦେଖାଦେଇଥିଲା। ଯାହାପରେ ସେ ସ୍ବାମୀଙ୍କୁ ନେଇ ମେଡିକାଲ ଯାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା କିଛି ଡାକ୍ତର ଦୁଇଜଣଙ୍କୁ ବିନା ଚିକିତ୍ସାରେ ଘରକୁ ଫେରିଯିବାକୁ କହିଥିଲେ ।

ହେଲେ ଏବେ ଚିନ୍ତା କରିବାର କୌଣସି କଥା ନାହିଁ। କାରଣ ପୂର୍ବ ଅପେକ୍ଷା ତାଙ୍କ ସ୍ବାମୀ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି ଶ୍ରିୟା ଓ ଅଣ୍ଡ୍ରୋଇଙ୍କ ବିବାହ 2018ରେ ହୋଇଥିଲା । ବିବାହ ପରଠୁ ଶ୍ରିୟା ସ୍ପେନରେ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.