ETV Bharat / sitara

ଧୂମ୍ରପାନ ଛାଡିଲେ ଗାୟିକା କେରି କାଟୋନା

author img

By

Published : Dec 23, 2020, 10:38 PM IST

ଗାୟିକା କେରି କାଟୋନା ଧୂମ୍ରପାନ ଛାଡିଛନ୍ତି । ସେ 14 ବର୍ଷ ବୟସରୁ ଧୂମ୍ରପାନ କରିବା ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ...

ଧୂମପାନ ଛାଡିଲେ ଗାୟିକା କେରି କାଟୋନା
ଧୂମପାନ ଛାଡିଲେ ଗାୟିକା କେରି କାଟୋନା

ଲସ୍ ଆଞ୍ଜେଲସ୍: ଗାୟିକା କେରି କାଟୋନା 25 ବର୍ଷ ପରେ ଶେଷରେ ଧୂମ୍ରପାନ ଛାଡିଛନ୍ତି । 40 ବର୍ଷିୟ ଗାୟିକା ଯେତେବେଳେ ଧୂମ୍ରପାନ ଛାଡିବାକୁ ପ୍ରତିଶ୍ରୁତି ଦେଇଥିଲେ, ସେତେବେଳେ ସେ ନିଜକୁ ଗର୍ବିତ ମନେକରିଥିଲେ ।

ରିପୋର୍ଟ ଅନୁଯାୟୀ, କେରି ଧୂମ୍ରପାନ ଛାଡିଛନ୍ତି । ସେ 14 ବର୍ଷ ବୟସରୁ ଧୂମ୍ରପାନ କରିଥିଲେ ।

କେରି କହିଛନ୍ତି, 'ମୁଁ ଚଳିତ ବର୍ଷ ଏକ ସଂକଳ୍ପ ନେଇଥିଲି (ନୂତନ ବର୍ଷର ସଂକଳ୍ପ) ଏବଂ ଏହାକୁ ପୂରଣ କଲି । ମୁଁ 14 ବର୍ଷ ବୟସରୁ ଦିନକୁ 20ଟି ସିଗାରେଟ୍ ପିଉଥିଲି । ନୂଆ ବର୍ଷରେ ମୁଁ ଉଠିଲି, ସେତେବେଳେ ମୋର ପାଖରେ କେବଳ ଗୋଟିଏ ସିଗାରେଟ୍ ବାକି ଥିଲା । ଏଥିସହିତ ମୁଁ ସେଦିନ ଶେଷ ଥର ପାଇଁ ଧୂମ୍ରପାନ କଲି ଏବଂ ନିଜକୁ କହିଲି ଯେ ବାସ ବର୍ତ୍ତମାନ ସରିଯାଇଛି । ସେବେଠାରୁ ମୁଁ ଧୂମ୍ରପାନ ପୁରା ଛାଡିଦେଇଛି' ।

ପ୍ରକାଶ ଥାଉ ଯେ, ଗାୟିକା ଅଗଷ୍ଟରେ ରିୟାନ୍ ମହୋନିଙ୍କ ସହ ନିର୍ବନ୍ଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.