ୱାଶିଂଟନ: ହଲିଉଡର ଲୋକପ୍ରିୟ ସିଙ୍ଗର ସେଲେନା ଗୋମେଜ କ୍ବାରେଣ୍ଟାଇନ ପିରିୟଡକୁ ନେଇ ଦୁଃଖିତ ଅଛନ୍ତି । ସବୁବେଳେ ପାର୍ଟି କରିବାକୁ ଭଲ ପାଉଥିବା ସେଲେନା ଏହି ସମୟରେ ଏକା ରହିଛନ୍ତି । ସାଙ୍ଗସାଥୀ, ପରିବାରଠାରୁ ଦୂରରେ ରହି ସେ ବହୁତ ଦୁଃଖରେ ଥିବା ସୋସିଆଲ ମିଡିଆରେ କହିଛନ୍ତି ।
କ୍ବାରେଣ୍ଟାଇନରେ ସେଲେନା ନିଜ ସାଙ୍ଗଙ୍କୁ ମିସ କରୁଥିବା କହିଛନ୍ତି । ତେବ ନିଜ ଜେଜେ ବାପା ଓ ମାଆଙ୍କ ସହ ଥିବାରୁ ଖୁସି ଅଛନ୍ତି । ସେମାନଙ୍କ ସହ କଥାବାର୍ତ୍ତା କରି ସମୟ କାଟୁଛନ୍ତି । ଏହି ସମୟରେ ସେ ନିଜକୁ ଶାନ୍ତ ରଖି ଗୀତ ଶୁଣି ସମୟ ଅତିବାହିତ କରୁଛନ୍ତି । କ୍ବାରେଣ୍ଟାଇନରେ ବହି ପଢି ଓ ଗୀତ ଶୁଣି ସେ ସମୟ କାଟିଥିବା କହିଛନ୍ତି । ଏହି ସମୟ ବହୁତ କଷ୍ଟସାଧ୍ୟ । ସମସ୍ତେ ଏହି ସମୟରେ କେତେ କଷ୍ଟ ଅନୁଭବ କରୁଥିବେ ତାହା ସେ ଜାଣିପାରୁଥିବା କହିଛନ୍ତି ।
ଏହାସହ ସେଲେନା ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ସରକାରଙ୍କ କଥା ମାନିବା ସମସ୍ତଙ୍କ ପାଇଁ ଉପକାରୀ । ପରିସ୍ଥିତି ସୁଧୁରିବା ପରେ ସମସ୍ତେ ପୁଣି ପୂର୍ବ ଭଳି ହସଖୁସିରେ ସମୟ କାଟିବା । ଦୁଃଖ ଲାଗିଲେ ବି ଏହି ସମୟରେ ଘରେ ରହିବା ସମସ୍ତଙ୍କ ପାଇଁ ଆବଶ୍ୟକ ବୋଲି ସେଲେନା କହିଛନ୍ତି ।