ETV Bharat / sitara

କୋରୋନା ସହାୟତା: 1 ଲକ୍ଷ ଦେଲେ ସବ୍ୟସାଚୀ

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରି ଚର୍ଚ୍ଚାରେ ଫେମସ ଅଭିନେତା ସବ୍ୟସାଚୀ। 1 ଲକ୍ଷ ଦାନ କରି ସହଯୋଗର ହାତ ବଢାଇଛନ୍ତି ସେ।

_sabyasachi mishra
ଫଟୋ ସୌଜନ୍ୟ: ଫେସବୁକ@ସବ୍ୟସାଚୀ ମିଶ୍ର
author img

By

Published : Mar 27, 2020, 8:19 AM IST

ଭୁବନେଶ୍ବର: କୋରୋନା ଭାଇରସର ପ୍ରକୋପରେ ସାରା ଭାରତ ଲକଡାଉନ । 21 ଦିନ ତାଲାବନ୍ଦରେ ଅତ୍ୟଧିକ ପ୍ରଭାବିତ ହେବେ ଖଟିଖିଆ ଦିନମଜୁରିଆ । ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ । ତେବେ କୋରୋନା ପ୍ରଭାବିତଙ୍କ ପାଇଁ ଅନେକ ଲୋକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ସହାୟତାର ହାତ ବଢାଉଥିବାବେଳେ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଓଡିଶାବାସୀଙ୍କ ପାଇଁ ସହଯୋଗର ହାତ ବଢାଇ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡକୁ ଦେଇଛନ୍ତି 1ଲକ୍ଷ ଟଙ୍କା ।

photo-2
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଖାଲି ସହାୟତା ନୁହେଁ ବରଂ ସେ ତାଙ୍କ ପ୍ରୟାସ ବିଷୟରେ ମଧ୍ୟ ଜଣାଇଛନ୍ତି । ଓଡ଼ିଶାରେ ଏଯାବତ 3 ଟି କୋରୋନା ପଜେଟିଭ ସାମ୍ନାକୁ ଆସିସାରିଲାଣି। ଏହି ସଂକ୍ରମଣରୁ ଜନତାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ଓଲିଉଡ ଷ୍ଟାର୍ସ ସୋସିଆଲ ମିଡିଆରେ ସଚେତନା ବାର୍ତ୍ତା ଦେବାରେ ଲାଗିଛନ୍ତି।

photo-3
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ନିକଟରେ ସେ ଏକ ଭିଡିଓରେ ନିଜ ଫ୍ୟାନ୍ସ ଓ ରାଜ୍ୟବାସୀଙ୍କୁ କୋରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ଅପିଲ କରିଥିଲେ। ଆଉ ଘରେ ରହି ସୁସ୍ଥ ରହିବାକୁ ମଧ୍ୟ କହିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.