ETV Bharat / sitara

Mister Mummy First Look: 10 ବର୍ଷ ପରେ ବେବି ବମ୍ପରେ ନଜର ଆସିଲେ ରିତେଶ-ଜେନିଲିଆ

author img

By

Published : Feb 4, 2022, 2:07 PM IST

ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ ଡିସୁଜାଙ୍କ ଯୋଡି ପୁଣି ଥରେ ପରଦାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ମିଷ୍ଟର ମମି ଚଳଚ୍ଚିତ୍ରରେ ରିତିଶ-ଜେନେଲିଆ ପୁଣି ଏକାଠି ଦେଖିବାକୁ ମିଳିବ। ଅଧିକ ପଢନ୍ତୁ

10 ବର୍ଷ ପରେ ବେବି ବମ୍ପରେ ନଜର ଆସିଲେ ରିତେଶ-ଜେନିଲିଆ

ହାଇଦ୍ରାବାଦ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ ଡି’ସୁଜାଙ୍କ ଯୋଡି ପୁଣି ଥରେ ପରଦାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଫେବୃଆରୀ 3 ରେ ଏହି ଦମ୍ପତି 10ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଅବସରରେ ଦୁହେଁ ପ୍ରଶଂସକଙ୍କୁ ଏକ ନୂଆ ଚଳଚ୍ଚିତ୍ର ମଧ୍ୟ ଉପହାର ଦେଇଛନ୍ତି । 'ମିଷ୍ଟର ମମି' ଚଳଚ୍ଚିତ୍ରରେ ରିତିଶ-ଜେନେଲିଆ ଏକାଠି ଦେଖିବାକୁ ମିଳିବେ । ଫିଲ୍ମର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହା ଏକ ରୋମାଣ୍ଟିକ୍ କମେଡି ଫିଲ୍ମ ।

Mister Mummy FIRST LOOK
Mister Mummy FIRST LOOK

ଫେବୃଆରୀ 4 ଶୁକ୍ରବାର ଦିନ ନିର୍ମାତାମାନେ ଫିଲ୍ମର ଅନେକ ପୋଷ୍ଟର ଲଞ୍ଚ କରିଛନ୍ତି । ଏହି ପୋଷ୍ଟରରେ ରିତିଶ ଏବଂ ଜେନିଲିଆ ଗର୍ଭବତୀ ଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରର ଟ୍ୟାଗ୍ ଲାଇନ୍ ହେଉଛି, 'ଭରପୁର ଦିଲ୍ କମେଡି ପୋଷ୍ଟ ସେ'। ଫିଲ୍ମ 'ମିଷ୍ଟର ମମି'ର ନିର୍ଦ୍ଦେଶନା ଶାଦ ଅଲି ଦେଇଛନ୍ତି। ଭୂଷଣ କୁମାର ଏବଂ ହେକ୍ଟିକ୍ ସିନେମା ପ୍ରାଇଭେଟ ଲିମିଟେଡ୍ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ।

Mister Mummy FIRST LOOK
Mister Mummy FIRST LOOK

ପୋଷ୍ଟର ସହିତ ସେୟାର କରାଯାଇଥିବା ସୂଚନା ମୁତାବିକ, ଚଳଚ୍ଚିତ୍ରର କାହାଣୀ ଏଭଳି ଏକ ଦମ୍ପତିଙ୍କ ବିଷୟରେ, ଯାହାର ଚିନ୍ତାଧାରା ପିଲାଙ୍କ କଥା ଆସିବା ମାତ୍ରେ ଏକଦମ ଭିନ୍ନ ହୋଇଯାଏ। ଚଳଚ୍ଚିତ୍ରର ଏହି କାଳ୍ପନିକ ବିଚାରକୁ ବ୍ୟଙ୍ଗ ଶୈଳୀରେ ଉପସ୍ଥାପନ କରାଯିବ କି ଯଦି ଜଣେ ବ୍ୟକ୍ତି ଗର୍ଭବତୀ ହୁଏ ତେବେ କଣ ହେବ ?

ରିତେଶ ଏବଂ ଜେନେଲିଆଙ୍କ ଯୋଡି ଶେଷ ଥର ପାଇଁ 'ତେରେ ନାଲ୍ ଲଭ୍ ହୋ ଗୟା' (2012)ରେ ଦେଖିବାକୁ ମିଳିଥିଲା ​​। ବିବାହ ପରେ ଉଭୟଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳି ନଥିଲା । ରିତେଶ କ୍ରମାଗତ ଫିଲ୍ମରେ ନଜର ଆସୁଛନ୍ତି, ମାତ୍ର ଜେନେଲିଆ କିଛି ସମୟ ପାଇଁ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.