ETV Bharat / sitara

ରିଲିଜ ହେଲା 'ମିଶନ ମଙ୍ଗଲ'ର ଟାଇଟେଲ ଟ୍ରାକ

author img

By

Published : Jul 26, 2019, 11:58 AM IST

ଭାରତୀୟ ବୈଜ୍ଞାନିକଙ୍କ ସଫଳତାର କାହାଣୀ ନେଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ 'ମିଶନ ମଙ୍ଗଲ' । ଯାହାର ପ୍ରଥମ ଗୀତ 'ଦିଲ ମେଁ ମାର୍ସ ହେ' ରିଲିଜ ହୋଇଯାଇଛି ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଫିଲ୍ମ ନିର୍ମାତା ଜଗନ ଶକ୍ତିଙ୍କ ବହୁ ପ୍ରତୀକ୍ଷିତ ମଲ୍ଟିଷ୍ଟାରର ଫିଲ୍ମ 'ମିଶନ ମଙ୍ଗଲ' ସ୍ବାଧୀନତା ଦିବସରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଟ୍ରେଲର ଯେବେ ଠାରୁ ରିଲିଜ ହୋଇଛି ସେବେଠାରୁ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢିଯାଇଛି । 'ମିଶନ ମଙ୍ଗଲ' ଭାରତ ମହାକାଶ ଯାନର ଐତିହାସିକ ସଫଳତା କାହାଣୀ ଉପରେ ଆଧାରିତ ।

ଫିଲ୍ମର ଲିଡରେ ଖିଲାଡି ଅକ୍ଷୟ କୁମାର ଭାରତୀୟ ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ନଜର ଆସିବେ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଟାଇଟଲ ଟ୍ରାକ 'ଦିଲ ମେଁ ମାର୍ସ ହେ' । ଏହି ଗୀତଟିରେ ଭାରତୀୟ ବୈଜ୍ଞାନିକଙ୍କ ସଫଳତାର କାହାଣୀ ଦେଖିବାକୁ ମିଳୁଛି । ଯେଉଁଠାରେ ସେ ଦେଶର ସ୍ବପ୍ନ ପୁରା କରିବା ପାଇଁ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି । 'ମଙ୍ଗଲାୟନ' ମହାକାଶ ଯାନକୁ ସଫଳତା ସହ ଇସ୍ରୋ ବୈଜ୍ଞାନିକ ମାର୍ସକୁ ପଠାଉଥିବାର ଗୀତରେ ଦେଖାଯାଇଛନ୍ତି ।

photo
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ଏହି ଅବସରରେ ଅକ୍ଷୟ କୁମାର ଟ୍ବିଟରରେ ଗୀତଟିକୁ ସେୟାର କରି ଲେଖିଛନ୍ତି, "ଏକାଠି କାମ କଲେ ସ୍ବପ୍ନ ସତ ହୋଇଥାଏ । ଦେଖନ୍ତୁ ଟିମୱାର୍କର ସ୍ବପ୍ନ ପୂରଣ କରିବା ଯାତ୍ରା ।"

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ଫିଲ୍ମର ଅକ୍ଷୟଙ୍କ ସହ ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲନ, ତାପିସୀ ପନ୍ନୁ, କ୍ରିତି କୁଲହାରି, ସରମନ ଯୋଶୀ ଓ ନିତ୍ୟା ମେନନ ମଧ୍ୟ ଭୂମିକାରେ ଦେଖାଯିବେ । ଅନ୍ୟପଟେ ଏହି ଫିଲ୍ମ ସହ ଅଗଷ୍ଟ 15ରେ ଅଭିନେତା ଜନ ଅବ୍ରାହମଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ବାଟଲା ହାଉସ' ରିଲିଜ ହେବାକୁ ଯାଉଛି । ଯାହା ଦିଲ୍ଲୀର ଏକ ସତ ଏନକାଉଣ୍ଟର କାହାଣୀ ଉପରେ ଆଧାରିତ । ଏଥର ସ୍ବାଧୀନତା ଦିବସରେ କଡା ଟକ୍କର ଦେଖିବାକୁ ପାଇବେ ଦର୍ଶକ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.