ଭୁବନେଶ୍ବର: ଖୁବ ଶୀଘ୍ର ଓଲିଉଡରେ ଦେଖିବାକୁ ମିଳିବ ଦେବଦାସ ଓ ପାରୋର ପ୍ରେମ କାହାଣୀ । ଅଗଷ୍ଟ 9ରେ ରିଲିଜ ହେଉଛି ଓଡିଆ ଫିଲ୍ମ ‘ନାୟକର ନାଁ ଦେବଦାସ’ । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଶିତ ପାତ୍ର ।
ଫିଲ୍ମରେ ଅଭିନେତ୍ରୀ ଭୁମିକା ଓ ଅନୁ ଚୌଧୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । 1917ର ପ୍ରସିଦ୍ଧ ବଙ୍ଗାଳୀ ନୋଭେଲ ‘ଦେବଦାସ’କୁ ଆଧାର କରି ଅନେକ ଭାଷାରେ ଦେବଦାସ ଫିଲ୍ମ ନିର୍ମାଣ କରାଯାଇଥିବା ବେଳେ ଓଡିଆ ଭାଷାରେ ଏହାକୁ ପ୍ରଥମ ଥର ଚିତ୍ରଣ କରାଯିବ ।
ଫିଲ୍ମଟି ବିଗ୍ ବଜେଟ ସହ ହାଇ ଷ୍ଟାର କାଷ୍ଟକୁ ନେଇ ନିର୍ମାଣ କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି) । ଅନୁ ଚୌଧୁରୀ ଓ ଭୂମିଙ୍କ ସମେତ ପିଣ୍ଟୁ ନନ୍ଦ, ମିହିରି ଦାସ, ବିଜୟ ମହାନ୍ତି, ବବି ମିଶ୍ର, ଅପରାଜିତା, ସ୍ନିଗ୍ଧା ମହାନ୍ତିଙ୍କୁ ଦେଖିବାକୁ ମିଳିବ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ