ETV Bharat / sitara

ନିର୍ବାଚନ ଲଢିବା ନେଇ ସଙ୍କେତ ଦେଲେ ରଜନୀକାନ୍ତ, ସୋମବାର କରିବେ ବଡ ଘୋଷଣା - rajinikanth -political-stand

ରାଜନୀତିରେ ନିଜର ଏଣ୍ଟ୍ରିକୁ ନେଇ ବୟାନ ଦେଇଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ । ସୋମବାର ସାଉଥ୍‌ ସୁପରଷ୍ଟାର ନିଜ ଦଳ ରଜନୀ ମକ୍କଲ ମଣ୍ଡରମର ଜିଲ୍ଲା ସଚିବମାନଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ନିର୍ବାଚନ ଲଢିବାର ସଙ୍କେତ ଦେଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ, ସୋମବାର କରିବେ ବଡ ଘୋଷଣା

author img

By

Published : Nov 29, 2020, 5:20 PM IST

ଚେନ୍ନାଇ: ଆସନ୍ତା ବର୍ଷ ହେବାକୁ ଯାଉଛି ତାମିଲନାଡୁ ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ରାଜନୀତିରେ ନିଜର ଏଣ୍ଟ୍ରିକୁ ନେଇ ବୟାନ ଦେଇଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ।

ସୋମବାର ସାଉଥ୍‌ ସୁପରଷ୍ଟାର ନିଜ ଦଳ ରଜନୀ ମକ୍କଲ ମଣ୍ଡରମର ଜିଲ୍ଲା ସଚିବମାନଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । ଖାସ କଥା ହେଉଛି ଏହି ସାକ୍ଷାତକାରରେ ରଜନୀ ଆଗମୀ ବିଧାନସଭା ନିର୍ବାଚନ ଲଢିବେ କି ନାହିଁ ତାହା ସ୍ଥିର ହେବ । ହେଲେ ଅନୁଯାୟୀ ଏହି ସାକ୍ଷାତକାର ଭର୍ଚୁଆଲ କିମ୍ବା ପ୍ରତ୍ୟେକ୍ଷ ରୂପେ ହେବ, ତାହା ଏଯାଏଁ ଜଣାପଡିନାହିଁ ।

ରଜନୀକାନ୍ତ କହିଛନ୍ତି, ରଜନୀକାନ୍ତ କହିଛନ୍ତି, 'ମୁଁ ରଜନୀ ମକ୍କଲ ମଣ୍ଡରମର ଜିଲ୍ଲା ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବି ଏବଂ ସମୟ ଆସିଲେ ମୋର ରାଜନୈତିକ ମତ ଘୋଷଣା କରିବି । ରଜନୀ ଗତ ଦୁଇ ବର୍ଷ ଧରି ରାଜନୈତିକ ପ୍ରସଙ୍ଗରେ ସକ୍ରିୟ ଅଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କର ରାଜନୀତିରେ କୌଣସି ଔପଚାରିକ ଏଣ୍ଟ୍ରି ହୋଇନାହିଁ ।

ଗତ ମାସରେ ରଜନୀକାନ୍ତଙ୍କ ନାଁରେ ଏକ ଚିଠି ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ରଜନୀଙ୍କ ରାଜନୀତିରେ ପ୍ରବେଶ ଘୁଞ୍ଚିପାରେ । ଚିଠିରେ କୁହାଯାଇଛି ଯେ ମହାମାରୀ ସମୟରେ ଏହି ଅଭିଯାନ ଏବଂ ରଜନୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତରମାନେ ଚିନ୍ତିତ ଅଛନ୍ତି । ତେବେ ରଜନୀ ସ୍ପଷ୍ଟ କରିଛନ୍ତି ଯେ ଚିଠିଟି ତାଙ୍କର ନୁହେଁ, କିନ୍ତୁ ଡାକ୍ତରଙ୍କ ପରାମର୍ଶ ଠିକ ଅଛି । ସେପଟେ ତାମିଲନାଡୁର ଭେଲୋର ଜିଲ୍ଲାରେ ମଧ୍ୟ ଅଭିନେତାଙ୍କ ପାଇଁ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟରଗୁଡ଼ିକରେ ରଜନୀଙ୍କୁ ପୁଣି ଥରେ ତାଙ୍କ ନିଷ୍ପତ୍ତି ଉପରେ ବିଚାର କରିବାକୁ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.