ETV Bharat / sitara

Pushpa The Rise: ବ୍ଲକବଷ୍ଟର ହିଟ୍ ଆଲୁଙ୍କ ଧମାକାଦାର ସଂଳାପ, ରଶ୍ମିକାଙ୍କ ସାମୀ ଡାନ୍ସ

author img

By

Published : Jan 31, 2022, 7:18 AM IST

Updated : Jan 31, 2022, 3:41 PM IST

17 ଡିସେମ୍ବର ୨୦୨୧ରେ ରିଲିଜ୍ ହୋଇଥିବା ଏହି ମୁଭିର ନିର୍ମାଣ ବଜେଟ୍ ଥିଲା ୨୦୦-250 କୋଟି । ବର୍ତ୍ତମାନ ପୁରା worldwideରେ ଏହା ୩୫୦ କୋଟି ବ୍ୟବସାୟ କରି ରେକର୍ଡ ତୋଡ ପରଫାମନ୍ସ କରିଛି । ତେଲୁଗୁ ମୂଳ ଭାଷାରେ ଏହା ରିଲିଜ୍ ହୋଇଥିବାବେଳେ ମାଲାୟାଲମ, ତାମିଲ୍, ହିନ୍ଦୀ ଓ କନ୍ନଡ ଭାଷାରେ ଡବ୍ଡ ହୋଇଛି । କାହାଣୀ ଓ ନିର୍ଦ୍ଦେଶନା ଟଲିଉଡ୍‌ର ଟପ୍ ଡାଇରେକ୍ଟର ସୁକୁମାର ଦେଇଥିବାବେଳେ ଆଲୁ ଅର୍ଜ୍ଜୁନ, ନେସ୍‌ନାଲ କ୍ରସ୍ ରଶ୍ମିକା ମନ୍ଦାନା, ଫହାଦ ଫାସିଲ ଅଭିନୟ କରିଛନ୍ତି । ଏ ନେଇ ETV BHARAT ODISHAର ସ୍ପେଶାଲ ରିପୋର୍ଟ

Pushpa The Rise: ବ୍ଲକବଷ୍ଟର ହିଟ୍ ଆଲୁଙ୍କ ଧମାକାଦାର ସଂଳାପ, ରଶ୍ମିକାଙ୍କ ସାମୀ ଡାନ୍ସ
Pushpa The Rise: ବ୍ଲକବଷ୍ଟର ହିଟ୍ ଆଲୁଙ୍କ ଧମାକାଦାର ସଂଳାପ, ରଶ୍ମିକାଙ୍କ ସାମୀ ଡାନ୍ସ

ହାଇଦ୍ରାବାଦ: tu janu..wanu..jo kehta he..biwi teri hoon lagta he..sami...mor sami..ଗୀତଟି ବେଶ୍ ମନକୁ ଛୁଇଁ ଯାଉଥିବାବେଳେ ସାରା ଶରୀର ଯେମିତି ନାଚି ଉଠୁଛି । ହଁ କାହିଁକି ବା ନ ନାଚିବ, ଗୀତଟି ତ ଠିକ୍ ସେହିପରି ରଚନା ହୋଇଛି । କେବଳ ଭାରତ କାହିଁକି ପୁରା ବିଶ୍ବରେ ଗୀତଟି ବେଶ୍ ନାଁ କମାଇଛି । Pushpa:The Rise ଚଳଚ୍ଚିତ୍ରର ରଶ୍ମିକା ମନ୍ଦାନା ଓ ଆଲୁ ଅର୍ଜ୍ଜୁନ ଅଭିନୀତ ଏହି ଗୀତଟି ଏବେ ମାର୍କେଟ ହୁଲୁସ୍ତୁଲୁ କରୁଛି । କେବଳ sami ଗୀତ କାହିଁକି, ଏହି ଚଳଚ୍ଚିତ୍ରର 'Srivalli' ଗୀତଟି ମଧ୍ୟ ଖୁବ୍ ହାଇଲାଇଟ୍ ହୋଇପାରିଛି ।

ଗୀତ ଅପେକ୍ଷା ଆଲୁଙ୍କ ଅଭିନୟ ଷ୍ଟାଇଲ ସମସ୍ତଙ୍କ ମନକୁ ବେଶ୍ ଛୁଇଁ ପାରିଛି । ଗାଁ ଠୁ ସହର, ପିଲା ଠୁ ବୁଢା, ଖେଳାଳୀଙ୍କ ଠୁ ଅଭିନେତାଙ୍କ ପର୍ଯ୍ୟନ୍ତ , ସମସ୍ତେ ଏହି ଅଭିନୟ କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି । ଯୁଆଡେ ଦେଖିବ 'Srivalli' ଗୀତର ଧୁନ୍, କିଏ ସୋସିଆଲ ମିଡିଆରେ ରିଲ୍ ପ୍ରସ୍ତୁତ କଲାଣି ତ ଆଉ କିଏ ଇନଷ୍ଟା ଷ୍ଟୋରୀ ନାଚି ନିଜ ଫଲୋଅର୍ସ ବଢାଇଲାଣି । ଏହା ବ୍ୟତୀତ ସାମନ୍ଥାଙ୍କ ଅଭିନୀତ Oo Antava, Oo Oo Antava ଡ୍ୟାନ୍ସ ଆଇଟମ୍ ମଧ୍ୟ ବେଷ୍ଟ ଆଇଟମ୍ ସଙ୍ଗ ସାବ୍ୟସ୍ତ ହୋଇ ପାରିଛି । ପାର୍ଟି ହେଉ କି ବରଯାତ୍ରୀ ଡ୍ୟାନ୍ସ ହେଉ, Oo Antava ଗୀତରେ ସମସ୍ତେ ଲଗାଉଛନ୍ତି ଠୁମ୍‌କା ।

17 ଡିସେମ୍ବର ୨୦୨୧ରେ ରିଲିଜ୍ ହୋଇଥିବା ଏହି ମୁଭିର ନିର୍ମାଣ ବଜେଟ୍ ଥିଲା ୨୦୦-250 କୋଟି । ବର୍ତ୍ତମାନ ପୁରା ବିଶ୍ବସ୍ତରୀୟରେ ଏହା ୩୫୦ କୋଟି ବ୍ୟବସାୟ କରି ରେକର୍ଡ ତୋଡ ପରଫାମନ୍ସ କରିଛି । ତେଲୁଗୁ ମୂଳ ଭାଷାରେ ଏହା ରିଲିଜ୍ ହୋଇଥିବାବେଳେ ମାଲାୟାଲମ, ତାମିଲ୍, ହିନ୍ଦୀ ଓ କନ୍ନଡ ଭାଷାରେ ଡବ୍ଡ ହୋଇଛି । କାହାଣୀ ଓ ନିର୍ଦ୍ଦେଶନା ଟଲିଉଡ୍‌ର ଟପ୍ ଡାଇରେକ୍ଟର ସୁକୁମାର ଦେଇଥିବାବେଳେ ଆଲୁ ଅର୍ଜ୍ଜୁନ, ନେସ୍‌ନାଲ କ୍ରସ୍ ରଶ୍ମିକା ମନ୍ଦାନା, ଫହାଦ ଫାସିଲ ଅଭିନୟ କରିଛନ୍ତି ।

ଆନ୍ଧ୍ରପ୍ରଦେଶର ମାରେଦୁମୁଲି ଜଙ୍ଗଲ (Maredumilli forest), ସିକନ୍ଦରାବାଦ, ରାମୋଜୀ ଫିଲ୍ମ ସିଟି ଆଦି ସ୍ଥାନରେ ଚଳଚ୍ଚିତ୍ରଟି ଚିତ୍ରଣ କରାଯାଇଛି । ଆନ୍ଧ୍ରପ୍ରଦେଶ ଶେଷାଚଲମର ନାଲି ଚନ୍ଦନ ବୃକ୍ଷର ଘନ ଅନ୍ଧକାର ଜଙ୍ଗଲର କାହାଣୀ । ଯେଉଁଥିରେ ଆଲୁ ଅର୍ଜ୍ଜୁନ ଏକ ଲରି ଡ୍ରାଇଭର ରୂପେ ଅଭିନୟ କରୁଛନ୍ତି, ଯିଏ ଚନ୍ଦନ କାଠକୁ ଜଙ୍ଗଲରୁ ବାହାରକୁ ନେଇଯାଇ ବିଭିନ୍ନ ସ୍ଥାନରେ ପହଞ୍ଚାଇଥାଏ । ଆକ୍ସନ, ଧମାକାଦାର ଡ୍ୟାନ୍ସ, ପ୍ରାକୃତିକ ପରିବେଶ, ଦାରିଦ୍ର୍ୟତାର ଦୃଶ୍ୟ ମୁଭିକୁ ବେଷ୍ଟ ମୁଭି କରିପାରିଛି ।

କେବଳ ଡ୍ୟାନ୍ସ ଓ ଆକ୍ସନ ନୁହେଁ, ଚଳଚ୍ଚିତ୍ରର Dialogues ମଧ୍ୟ ଦର୍ଶକକୁ ଖୁବ୍ ଖୋରାକ ଯୋଗାଇଛି । ଯୁଆଡେ ଦେଖିବ ପୁଷ୍ପାର ଡାଇଲଗ୍ । ସୋସିଆଲ ମିଡିଆରେ ଛାଇ ଯାଇଛି ଆଲୁ ଅର୍ଜ୍ଜୁନଙ୍କ ମଜାଦାର ସଂଳାପ । ସେହି ସଂଳାପରୁ କିଛି....Pushpa, Pushpa Raj ... Main jhukega nahi, Sala..ସେହିପରି Pushpa naam sunkar flower samjhi kya? ... fire hai main...ସେହିପରି ଅନ୍ୟ ହିଟ୍ ଡାଇଲଗ୍ ହେଉଛି Naav mein baith kar jaal fekna bahot asaan hai ... pani me utarega to, badi machhaliya kha jayengi..

ବକ୍ସ ଅଫିସରେ ଫିଲ୍ମର ସଫଳତାକୁ ଦେଖି ଡାଇରେକ୍ଟର ସୁକୁମାର ଚଳଚ୍ଚିତ୍ରର ପାର୍ଟ ୨ ଅଥବା PUSHPA: THE RULE ଆରମ୍ଭ କରିବାକୁ ଯାଉଛନ୍ତି । ହିଟ୍ ମୁଭି ପୁଷ୍ପା ଏସ୍ ଏସ୍ ରାଜାମୌଲୀଙ୍କ ଫିଲ୍ମ ବାହୁବଲୀର ରେକର୍ଡ ଭାଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ।

ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଆହୁରି ସଫଳତା ହାସଲ କରୁ । ପୁରା ଟିମ୍ ଓ କାଷ୍ଟଙ୍କୁ ETV BHARAT ODISHA ପରିବାର ପକ୍ଷରୁ ବିପୁଳ ଶୁଭେଚ୍ଛା ଓ ଶୁଭକାମନା...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2022, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.