ETV Bharat / sitara

ପୁନିତଙ୍କ ଆଖିରେ ଦୁନିଆ ଦେଖିବେ ୪

author img

By

Published : Nov 2, 2021, 2:47 PM IST

ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ଆଖିରେ ଦୁନିଆ ଦେଖିବେ ୪ ଜଣ । ମୃତ୍ୟୁ ପୂର୍ବରୁ ଚକ୍ଷୁଦାନ ପାଇଁ କହିଥିଲେ ପୁନିତ । ଅଧିକ ପଢନ୍ତୁ...

ପୁନିତଙ୍କ ଆଖିରେ ଦୁନିଆ ଦେଖିବେ ୪
ପୁନିତଙ୍କ ଆଖିରେ ଦୁନିଆ ଦେଖିବେ ୪

ବେଙ୍ଗାଳୁରୁ: ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ଆଖିରେ ଦୁନିଆ ଦେଖିବେ ୪ ଜଣ । କେବଳ ଯେ ଜୀବିତ ଅବସ୍ଥାରେ ନୁହେଁ ମୃତ୍ୟୁ ପରେ ବି ଦାନ ପାଇଁ ଲୋକଙ୍କ ହୃଦୟରେ ରହିବେ ପୁନିତ । କେବଳ ଫିଲ୍ମ ଜଗତର ନୁହେଁ ବାସ୍ତବ ଦୁନିଆର ନାୟକ ଥିଲେ ସେ ।

ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଏବଂ ଜ୍ଞାନ କୌଶଳ ଜରିଆରେ ପୁନିତଙ୍କ ୨ଟି ଆଖିକୁ ୪ ଜଣଙ୍କୁ ଦାନ କରାଯାଇଛି । ଆଖି ଡାକ୍ତର ଭୁଜଙ୍ଗ ଶେଟ୍ଟୀ କହିଛନ୍ତ ଯ, ପୁନିତଙ୍କ ମୃତ୍ୟୁ ପରେ ପରିବାର ତାଙ୍କ ଆଖି ଦାନ କରିବାକୁ କହିଥିଲେ । ଅଧିକାଂଶ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଆଖି ଦୁଇ ଜଣଙ୍କ ଶରୀରରେ ଲାଗେ । କିନ୍ତୁ ପୁନୀତଙ୍କ ୨ ଆଖି ୩ ଜଣ ଯୁବକ ଏବଂ ଜଣେ ମହିଳାଙ୍କୁ ଦୃ​‌ଷ୍ଟି ଶକ୍ତି ଦେଇପାରିଛି ।

ଡାକ୍ତରଙ୍କ କହିବା ଅନୁସାରେ, ଗୋଟିଏ କର୍ଣ୍ଣିଆକୁ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥାଏ । କିନ୍ତୁ ନୂତନ ଡାକ୍ତରୀ ଜ୍ଞାନ କୌଶଳରେ ଏହି ପ୍ରତିରୋପଣ ହୋଇଛି । ପ୍ରତି ଆଖିରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି । ପ୍ରଥମେ କର୍ନିଆର ବହିଃବିଭାଗ ଏବଂ ଭିତର ଭାଗକୁ ଅଲଗା କରାଯାଇ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି । ସେହିଭଳି ସୁପରିଫିସିଆଲ ଅଂଶକୁ ଭାଗ କରାଯାଇ ଅନ୍ୟ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି । ଏହି ଅସ୍ତ୍ରୋପଚାର ପାଇଁ ଦୀର୍ଘ ୮ ଘଣ୍ଟା ସମୟ ଲାଗିଥିଲା ।

ଏଭଳି ଅସ୍ତ୍ରୋପଚାର ମେଡିକାଲ ଇତିହାସରେ ବିରଳ ବୋଲି ଡାକ୍ତର ସେଟ୍ଟୀ କହିଛନ୍ତି । ଏତତ୍ ବ୍ୟତୀତ ପୁନିତଙ୍କ ଆଖିର ଧଳା ଅଂଶକୁ ମଧ୍ୟ ଅଲଗା କରି ଲ୍ୟାବରେ ରଖାଯାଇଛି । ପରବର୍ତ୍ତୀ ସମୟରେ ଏହାର ଷ୍ଟେମ୍‌ ସେଲ୍‌ ରାସାୟନିକ ଆଘାତ, ଏସିଡ୍‌ ବର୍ଣ୍ଣ ଏବଂ ଅନ୍ୟ ଗମ୍ଭୀର ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ କାମରେ ଆସିପାରିବ ବୋଲି ଡାକ୍ତର କହିଛନ୍ତି ।

ତେବେ ଗତ ଶୁକ୍ରବାର କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ୪୬ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ପୁନିତଙ୍କ ମୃତ୍ୟୁ ଖବର ଶୁଣି ୩ ଜଣଙ୍କ ଫ୍ୟାନ୍ସଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମଧ୍ୟ ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ପ୍ରଶଂସକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.