ETV Bharat / sitara

ବଲିଉଡକୁ ଜାଏରାଙ୍କ ବାଏ ବାଏ, ପବ୍ଲିସିଟି ଷ୍ଟଣ୍ଟ ନା ଚାପ ? - bollywood

ଧର୍ମ ନାଁରେ ଜାଏରାଙ୍କ ହିନ୍ଦି ସିନେମାନକୁ ଅଲବିଦା କହିବା ପରେ ଦେଖାଦେଇଛି ବାଦ ବିବାଦ । ଇଣ୍ଡଷ୍ଟ୍ରୀରେ ତାଙ୍କ ସମ୍ପ୍ରଦାୟର ବହୁ ଲୋକେ କାମ କରୁଥିବାବେଳେ ସେ କାହିଁକି ଏପରି ନିଷ୍ପତ୍ତି ନେଲେ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏହା ଜାଏରାଙ୍କ ପବ୍ଲିସିଟି ଷ୍ଟଣ୍ଟ ନା ଚାପ ତାକୁ ନେଇ ଉଠିଛି ପ୍ରଶ୍ନ ।

ଫାଇଲ ଫଟୋ
author img

By

Published : Jul 2, 2019, 1:34 PM IST

ମୁମ୍ବାଇ: ମାତ୍ର 2ଟି ଫିଲ୍ମରେ କାମ କରି ବଲିଉଡକୁ ଅଲବିଦା କହିଲେ ଜାଏରା ୱାସୀମ । ସଫଳତାର ଶୀର୍ଷରେ ଥିବା ଏହି ଅଭିନେତ୍ରୀଙ୍କ ଏଭଳି ନିଷ୍ପତ୍ତି ଦେଶବାସୀ ଓ ତାଙ୍କ ଫ୍ୟାନ୍ସକୁ ଚକିତ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଦେଶରେ ଚାଲିଛି ଚର୍ଚ୍ଚା । ଧର୍ମ ନାମରେ ହିନ୍ଦି ସିନେମାକୁ ନା କହିଥିବା ଏହି ହିରୋଇନଙ୍କୁ କେତେକ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ନିନ୍ଦା କରିଛନ୍ତି ।

ଜମ୍ମୁ-କାଶ୍ମୀରର ରୋଲ ମଡେଲ ଜାଏରା । ବଲିଉଡର ସୁପରଷ୍ଟାର ଅମୀରଙ୍କ ସହ ଫିଲ୍ମ ଦଙ୍ଗଲରେ ଡେବ୍ୟୁ କରି ନିଜ ଚମତ୍କାର ଅଭିନୟ ଦେଖାଇଥିଲେ । ଯାହା ତାଙ୍କୁ ପରେ ସୁପର ଷ୍ଟାର ଡମ୍ ଦେଇଥିଲା । କେବଳ ଦଙ୍ଗଲ ନୁହେଁ ଆମୀର ତାଙ୍କୁ ପୁଣି ବ୍ରେକ ଦିଅନ୍ତି ସିକ୍ରେଟ ସୁପରଷ୍ଟାରରେ । ଭାରତ ସହ ଚାଇନାରେ ବେଶ ଭଲ ବିଜନେସ ମଧ୍ୟ କରିଥିଲା ସିକ୍ରେଟ ସୁପରଷ୍ଟାର । ଦଙ୍ଗଲ ଗାର୍ଲ ଭାବେ ପରିଚିତ ଜାଏରା ମାତ୍ର 5 ବର୍ଷ ବଲିଉଡରେ ବଡବଡ ସୁପରଷ୍ଟାରଙ୍କ ସହ କାମ କରିବାକୁ ସୁଯୋଗ ପାଇଛନ୍ତି । ଏହା ସହ ସେ ଫିଲ୍ମ ଦ ସ୍କାଏ ଇଜ ପିଙ୍କରେ ମଧ୍ୟ ଫାରନ ଅଖତର ଓ ପ୍ରିୟଙ୍କା ସହ ନଜର ଆସିବେ । ତେବେ ମାତ୍ର 18 ବର୍ଷ ବୟସରେ ସେ ଯେଉଁ ସଫଳତା ପାଇଥିଲେ, ଆଜି ସେ ସଫଳତା ପାଇଁ ମୁମ୍ବାଇରେ ଦେଖିବାକୁ ମିଳେ ଲମ୍ବା ଲାଇନ ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଧର୍ମ ନାମରେ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏହା ତାଙ୍କ ନିଜସ୍ବ ନା କୌଣସି ଚାପରେ ନେଇଥିବା ନିଷ୍ପତ୍ତି। କାହିଁକି ନା ବଲିଉଡରେ ପୂର୍ବରୁ ବହୁ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କ ସମ୍ପ୍ରଦାୟର । ଏପରିକି ବଲିଉଡର ସୁପରଷ୍ଟାର ତିନି ଖାନ ବୋଲି ଜଣାଯାଏ । ଦିଲ୍ଲୀପ କୁମାର, ମଧୁବାଲା, ନରଗିସ, ପରବିନ ବାର୍ବି , କେଟ୍ରିନା କ୍ୟାଫଙ୍କ ଭଳି ଅଭିନେତ୍ରୀଙ୍କୁ କଣ ତାଙ୍କ ଧର୍ମ ଅଟକାଇନଥିଲା ଏପରିକି କିଛି ପ୍ରଶ୍ନ ଜାଏରୀକୁ ଫ୍ୟାନ୍ସ ପଚାରୁଛନ୍ତି ।

Twitter
ଫଟୋ ସୌଜନ୍ୟ: @shahfaesal

ସେପଟେ, ଟିଏମସି ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଂ । ସାଂସଦରେ ଶପଥ ପାଠବେଳେ ଶଙ୍ଖା, ସୁନ୍ଦର ଓ ମଙ୍ଗଳସୂତ୍ରରେ ନଜର ଆସିଥିଲେ । ଯାହାକୁ ନେଇ ତାଙ୍କ ସମ୍ପ୍ରଦାୟର ଏକ ଧାର୍ମିକ ଗୋଷ୍ଠୀ ଫତୱା ଜାରି କରିଥିବା ସହ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ । ଯାହାର ସେ ଅତି ସୁନ୍ଦର ଭାବେ ଉତ୍ତର ଦେଇଥିଲେ । ଆମ ଦେଶ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ । ତେବେ ଏଥିରୁ ନୂଆ ଇଣ୍ଡିଆ କେଉଁଠି । ଯେଉଁଠି ଜଣେ ଟିନ ଏଜର ଧର୍ମ ନାମରେ ନିଜ ପ୍ରଫେସନକୁ ଛାଡିଥିବାକୁ ବାଧ୍ୟ ହେଉଥିବା ବେଳେ ସେଇଠି ନୁସରତଙ୍କ ଭଳି ଜଣେ ସାଂସଦ ଧର୍ମ ନରପେକ୍ଷ କହି ନିଜ ଧର୍ମ ଦାହ୍ବିରୁ ବାହାରକୁ ଆସିଛନ୍ତି ।

Twitter
ଫଟୋ ସୌଜନ୍ୟ: @taslimanasreen

ତେବେ ଜାଏରାଙ୍କ ବଲିଉଡ ଛାଡିବା ପ୍ରସଙ୍ଗକୁ ଅଭିନେତ୍ରୀ ରବିନା ଟଣ୍ଡନ କଡା ଭର୍ତ୍ସନା କରିବା ସହ ହିନ୍ଦି ଫିଲ୍ମରେ ତାଙ୍କ ଦୟାର ଆବଶ୍ୟକତା ନାହିଁ । ଯିବେ ଯଦି ଶାନ୍ତିରେ ଯାଆନ୍ତୁ । ଏଥିସହ ଅନୁପ ଖେର, ସିର୍ଦ୍ଧାର କପୁର ତାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ ମଧ୍ୟ ଧର୍ମ ନାମକୁ ଯୋଡିବାକୁ ଗ୍ରହଣ କରିନାହାନ୍ତି । କେବଳ ବଲିଉଡ ନୁହେଁ ରାଜନେତାମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ମୁସଲିମ ସମ୍ପ୍ରଦାୟ ଜାଏରଙ୍କୁ ସମର୍ଥନ କରୁଥିବା ଅନ୍ୟ ରାଜନେତା ନା ପସନ୍ଦ କରିଛନ୍ତି ।

Twitter
ଫଟୋ ସୌଜନ୍ୟ: @TandonRaveena
Twitter
ଫଟୋ ସୌଜନ୍ୟ:@TandonRaveena

ତେବେ ବଲିଉଡକୁ ଅଲବିଦା କରିବା ନେଇ ପୋଷ୍ଟ କରିବା ପରଠାରୁ ସେ କୌଣସି ଗଣମାଧ୍ୟମକୁ ଦେଖା କରିନାହାନ୍ତି । କି କୌଣସି ସୋସିଆଲ ମିଡିଆରେ ଲାଇଭ ଆସିନାହାନ୍ତି । ଫଳରେ ଏହା ତାଙ୍କ ଆଗାମୀ ଫିଲ୍ମ ପାଇଁ ପବ୍ଲିସିଟି ହୋଇଥାଇ ପାରେ ମତ ପ୍ରକାଶ ପାଇଛି ।

Intro:Body:

sdfsf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.