ସାକ୍ରାମେଣ୍ଟୋ: ବଲିଉଡ ନାୟିକା ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜିର ଦିନରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ । ତାଙ୍କର ଏହି ଖୁସିର ମୂହୁର୍ତ୍ତକୁ ମଙ୍ଗଳବାର 20ବର୍ଷ ପୂରିଛି । ସ୍ବାମୀ ନିକ ଜୋନସଙ୍କ ସହ କାର୍ଲିଫରନିଆରେ ସେ ସ୍ମୃତିକୁ ମନେ ପକାଇଛନ୍ତି ପ୍ରିୟଙ୍କା ।
ବିଶ୍ବ ସୁନ୍ଦରୀ ପ୍ରିୟଙ୍କାର ସେହି ଇତିହାସ ସୃଷ୍ଟି କରିଥିବା ସମୟକୁ ପ୍ରଥମେ ତାଙ୍କ ମା' ଗଣମାଧ୍ୟମକୁ ଜଣାଇଥିଲେ । ତାଙ୍କର ସେହି ମୂହୁର୍ତ୍ତର କିଛି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ପୋଷ୍ଟ ହୋଇଥିବା ଭିଡିଓରେ ମିସ ଇଣ୍ଡିଆ ପ୍ରିୟଙ୍କା ଚୋପ୍ରା ମିସ୍ ୱାର୍ଲ୍ଡ 2000 ପାଇଁ ଚୟନ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ମିସ ୱାର୍ଲ୍ଡ ଚୟନ ହେବାର ସମୟକୁ ପ୍ରିୟଙ୍କାଙ୍କ ମା' ମନେ ରଖିଛନ୍ତି ନା ନାହିଁ ପଚାରିବାରୁ ସେ କହିଥିଲେ, ତା ନାଁ ଘୋଷଣା ହେବା ସମୟରେ ମୁଁ ଖୁସିରେ ସ୍ତବ୍ଧ ହୋଇଯାଇଥିଲି । ପ୍ରିୟଙ୍କା ଜୀବନର ଏହି ଦିନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ତାଙ୍କ ମା' ମଧୁ ଚୋପ୍ରା ।
ମିସ୍ ୱାର୍ଲ୍ଡ ପ୍ରିୟଙ୍କାଙ୍କର ଏହି ସଫଳତା 20ବର୍ଷ ପୂରିଥିବାରୁ ବଲିଉଡ ଜଗତରୁ ଅନେକ କଳାକାରମାନେ ଶୁଭେଚ୍ଛା ଦେଇଛନ୍ତି ।
@ANI