ହାଇଦ୍ରାବାଦ: କୋରୋନା ଭାଇରସ ପାଇଁ ପୁରା ଦେଶକୁ ବର୍ତ୍ତମାନ ଲକଡାଉନ କରାଯାଇଛି । ଫିଲ୍ମ ଷ୍ଟାର୍ସ ମଧ୍ୟ ନିଜ ନିଜ ଘରେ ରହି ଜନତାଙ୍କୁ ସୁରକ୍ଷିତ ରହିବାକୁ ସୋସିଆଲ ମିଡିଆରେ ଅପିଲ କରିବାରେ ଲାଗିଛନ୍ତି । ଏହାସହ କିଛି ସେଲିବ୍ରିଟି ଜନତାଙ୍କୁ ସାହାଯ୍ୟ କରିବା ପାଇଁ ସାମ୍ନାକୁ ଆସିଛନ୍ତି । ସାଉଥର କିଛି ଫେମସ କଳାକାର ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସିଏମ ରିଲିଫ ଫଣ୍ଡକୁ ଟଙ୍କା ଦାନ କରିଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ‘ବାହୁବଳୀ’ ଫେମ ପ୍ରଭାସ ।
ସୁପରଷ୍ଟାର ମହେଶ ବାବୁଙ୍କ ପରେ ପ୍ରଭାସ ମଧ୍ୟ 1 କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ସେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସିଏମ ରିଲିଫ ଫଣ୍ଡକୁ 1 କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ପ୍ରକାଶ ଥାଉକି ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ବ୍ୟତୀତ ଫେମସ ସିଙ୍ଗର ରିହାନା, ହଲିଉଡ ଅଭିନେତ୍ରୀ ଏଞ୍ଜେଲିନା ଜୋଲୀ, ହଲିଉଡ କପଲ ରାୟନ ରନାଲ୍ଡସ, ବ୍ଲେକ ଲିଭେଲୀ ଓ ସିଙ୍ଗର ଶନ ମେଣ୍ଡେସ ଭଳି ଷ୍ଟାର୍ସ କୋରୋନା ଭାଇରସ ବିରୋଧରେ ଚାଲିଥିବା ଲଢେଇ ପାଇଁ ଡୋନେଟ କରିସାରିଛନ୍ତି ।