ଭୁବନେଶ୍ବର: ଆଗକୁ ପରଦା ଉପକୁ ଆସିବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର 'ଭିଲିଆନ' । ଏନେଇ ଗତକାଲି ଫିଲ୍ମର ଶୁଭ ମୁହୁରତ ହୋଇଯାଇଛି । ଆଦିଲଷ୍ମୀ ଇଣ୍ଟଟେନମେଣ୍ଟ ବ୍ଯାନରରେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ତେବେ ପ୍ରଥମଥର ପାଇଁ ଏହି ସିନେମାରେ ୪୦ ଜଣ ଖଳନାୟକଙ୍କୁ ଏକାଠି କାମ କରିବାର ଦେଖିବାକୁ ମିଳିବ ।
କେ ମୁରଲୀକୃଷ୍ଣା ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ଜାପାନୀ ଭାଇ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ଗୀତ ରଚନା କରିଛନ୍ତି ତପୁ ନାୟକ ବାପୁ ଗୋସ୍ୱାମୀ। ସିନେମାଟି ଓଡିଶା ସମେତ ଓଡିଶା ବାହାରେ ସୁଟିଂ ହେବାର ଥିବା ବେଳେ ଭରପୁର ଆକ୍ସନ ସହ ଦମଦାର ଗୀତର ତଡକା ମଧ୍ୟ ରହିଛି । ଦର୍ଶକଙ୍କୁ ଏହି ସିନେମାଟି ବେଶ ଭଲ ଲାଗିବା ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା। ଇଲୁ ବାନାଜୀ ଓ ପିଣ୍ଟୁ ନନ୍ଦ ଙ୍କ ସହ ଅନେକ ଜଣାଶୁଣା କଳାକାର ଏଥିରେ ନଜର ଆସିବେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ