ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ହେଉଛନ୍ତି ରାଇଜା ୱିଲସନ । ସେ ପ୍ରାୟତଃ ନିଜ ସୌନ୍ଦର୍ଯ୍ୟ ଜରିଆରେ ସମସ୍ତଙ୍କ ମନ କିଣିଥାଆନ୍ତି । କିନ୍ତୁ ଏଥର ସେ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ରାଇଜା ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିଲେ । ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ କରିଛି ।
କଥାଟି ହେଲା ଯେ ସବୁବେଳେ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ରାଇଜାଙ୍କ ପାଇଁ କାଳ ସାଜିଲା ମେକଅପ୍ ଟ୍ରିଟମେଣ୍ଟ । ଖରାପ ହେଲା ତାଙ୍କ ମୁହଁର ଅବସ୍ଥା । ଯାହାର ଫଟୋ ପୋଷ୍ଟ କରି ଦୁଃଖ ବଖାଣିଲେ ସେ । ଏହାସହ ସେ ପୋଷ୍ଟରେ ଖୁଲାସା କରିଛନ୍ତି ଯେ ଯେଉଁ ଡାକ୍ତରଙ୍କ ପାଇଁ ତାଙ୍କର ଏପରି ଅବସ୍ଥା ହୋଇଛି ବର୍ତ୍ତମାନ ସେ ସହର ଛାଡି ଚାଲିଯାଇଛନ୍ତି । ଆଉ ତାଙ୍କ ସହ ସମ୍ପର୍କ ମଧ୍ୟ ହେଉପାରୁନାହିଁ ।
ସେହିପରି ନିଜ ଫଟୋ ଫଟୋ ପୋଷ୍ଟ କରି ରାଇଜା ଲେଖିଥିଲେ,‘ମୁଁ ସାଧାରଣ ଫେସିଆଲ ଟ୍ରିଟମେଣ୍ଟ ପାଇଁ ଡକ୍ଟର ଭୈରବୀଙ୍କ କ୍ଲିନିକକୁ ଯାଇଥିଲି। ସେ ମୋତେ ଏକ ନୂଆ ମେକଅପ୍ ଟ୍ରିଟମେଣ୍ଟ କରିବାକୁ ବାଧ୍ୟ କରିଥିଲେ । ଯାହା ମୋର ଆବଶ୍ୟକ ନଥିଲା ଏବଂ ବର୍ତ୍ତମାନ ଫଳାଫଳ ଦେଖନ୍ତୁ । ଏହା ସତ୍ତ୍ବେ ସେ ମୋ ସହ ସାକ୍ଷାତ କରିବାକୁ ଏବଂ କଥା ହେବାକୁ ମନା କରି ଦେଇଛନ୍ତି। ତାଙ୍କ କର୍ମଚାରୀ କହିଛନ୍ତି ଯେ ସେ ସହର ବାହାରେ ଅଛନ୍ତି।’