ୱାଶିଂଟନ: ହଲିଉଡର ଲୋକପ୍ରିୟ ପପଷ୍ଟାର ମିଲି ସାଇରସ ଫ୍ୟାନ୍ସଙ୍କୁ କୋଭିଡ 19 ସଚେତନତା କରୁଛନ୍ତି । ମହାମାରୀ ନିଜର କାୟା ବିସ୍ତାର କରିବାଠାରୁ ସେ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରିଆସୁଛନ୍ତି । କୋରୋନା ମୁକାବିଲା ପାଇଁ ସେ ସମସ୍ତ ପ୍ରକାର ଗାଇଡଲାଇନ ମାନିବା ସହ ନିଜ ଫଲୋଅର୍ସଙ୍କୁ ସବୁବେଳେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି ।
ଏହି ଅବସରରେ ବୁଧବାର ସେ ଆଉ ଏକ ଫଟୋ ଜାରି କରି ଲୋକଙ୍କୁ ହାତ ଧୋଇବାକୁ ବାର୍ତ୍ତା ଦେଇଛନ୍ତି । ଟ୍ବିଟରରେ ଏକ ଫଟୋ ସେୟାର କରି ଏଥିରେ ସେ ଲେଖିଛନ୍ତି ହାତ ଧୁଅନ୍ତୁ । ସେ ଏହି ଫଟୋରେ ଲଢେଇ କରିବା ଭଳି ପୋଜରେ ଛିଡା ହେବା ସହ ହାତରେ 2ଟି ନାଲି ହ୍ୟାଣ୍ଡ ଗ୍ଲୋଭସ ପିନ୍ଧିଛନ୍ତି । ପୂର୍ବରୁ ସେ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଥିବା ନେଇ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ ।
ବର୍ତ୍ତମାନ ସାଇରସ ନିଜ ବୟଫ୍ରେଣ୍ଡ ସିମ୍ପସନଙ୍କ ସହ କ୍ବାରେଣ୍ଟାଇନରେ ଅଛନ୍ତି । ଉଭୟ ପ୍ରତିଦିନ ନିଜ ଫ୍ୟାନ୍ସଙ୍କୁ ଡେଲି ଅପଡେଟ ଦେଉଛନ୍ତି । ଏହାସହ ଉଭୟ ଗତ ମାସରେ ସ୍ବାସ୍ଥ୍ୟକର୍ମୀଙ୍କୁ 120 ଟାକୋସ ପ୍ରଦାନ କରିଥିଲେ । ଏହିକାମକୁ ତାଙ୍କ ଫ୍ୟାନ୍ସ ବେଶ ପ୍ରଶଂସା କରିଥିଲେ ।