ETV Bharat / sitara

ଚାକିରୀ ନେଲା ‘ସାଏରା ନରସିହ୍ମା ରେଡ୍ଡୀ’ - ମହଙ୍ଗା ପଡିଛି ଚିରଞ୍ଜିବୀ ପ୍ରେମ

ଫିଲ୍ମ ଯୋଗୁଁ ହରଡଘଣାରେ ପଡିଛନ୍ତି କିଛି ପୋଲିସ କର୍ମଚାରୀ । ଏପରିକି ମହଙ୍ଗା ପଡିଛି ଚିରଞ୍ଜିବୀ ପ୍ରେମ ।

ଫିଲ୍ମ ଦେଖି ଚାକିରୀରୁ ନିଲମ୍ବିତ
author img

By

Published : Oct 4, 2019, 3:05 PM IST

ହାଇଦ୍ରାବାଦ: ଗାନ୍ଧୀ ଜୟନ୍ତୀରେ ରିଲିଜ ହୋଇଛି ପିରିୟଡ ଫିଲ୍ମ ସାଏରା ନରସିମା ରେଡ୍ଡୀ । ସ୍ବାଧୀନତା ସଂଗ୍ରାମୀ ସାଏରାଙ୍କ କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି । ଲିଡରେ ଅଛନ୍ତି ତେଲୁଗୁ ସୁପରଷ୍ଟାର ଚିରଞ୍ଜିବୀଙ୍କ ସମେତ ଅମିତାଭ, ଜଗପତି ବାବୁ, ରବି କିଷନ, କିଚ୍ଚା ସୁଦୀପ, ତମନ୍ନା, ନୟନତାରା ଓ ବିଜୟ ସେଥୁପତିଙ୍କ ଭଳି ଫିଲ୍ମ ଦୁନିଆର ବିଗ ଷ୍ଟାର । ଫିଲ୍ମଟିକୁ ପ୍ରଥମ ଦିନରୁ ଜବରଦସ୍ତ ରେସପନ୍ସ ମଧ୍ୟ ମିଳିଛି ।

ତେବେ ଫିଲ୍ମ ଯୋଗୁଁ ହରଡଘଣାରେ ପଡିଛନ୍ତି କିଛି ପୋଲିସ କର୍ମଚାରୀ । ଏପରିକି ମହଙ୍ଗା ପଡିଛି ଚିରଞ୍ଜିବୀ ପ୍ରେମ । ଡ୍ୟୁଟିରେ ଥିବାବେଳେ ଫିଲ୍ମ ଦେଖିବା ଫଳରେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲର 7 ଜଣ ସବ-ଇନ୍ସପେକ୍ଟର । ପ୍ରଥମ ଦିନର ପ୍ରଥମ ଶୋ କୁ ନେଇ ଏକ୍ସସାଇଟମେଣ୍ଟ ଥିଲେ ଏହି 7 ଜଣ ପୋଲିସ । ନିଶା ଏପରି ଥିଲା ଯେ ଛୁଟି ନେବାକୁ ଭୁଲି ଯାଇଥିଲେ । ଡ୍ୟୁଟିକୁ ଆସି ଫିଲ୍ମ ଦେଖିବାକୁ ପଳାଇଥିଲେ ।

ଫିଲ୍ମରେ ଏପରି ଭାବେ ମଜ୍ଜି ଯାଇଥିଲେ ଯେ ସୋସିଆଲ ମିଡିଆରେ ଏକ ସେଲ୍ଫି ନେଇ ଛାଡିଥିଲେ । ଯାହା ସାଜିଥିଲା କାଳ । ଫଟୋ ଦେଖି ଏମାନଙ୍କ କାରନାମା ବିଷୟରେ ସୂଚନା ପାଇଥିଲେ କୁର୍ଣ୍ଣୁଲ ଏସପି । ପରେ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଆଉ ଶେଷରେ ଫିଲ୍ମ ଦେଖା ଖୁସି ପାଣିରେ ମିଳାଇଯାଇଥିଲା, ଯେତେବେଳେ ନିଲମ୍ବନ ଆଦେଶ ପାଇଥିଲେ 7 ଜଣ ସବ-ଇନ୍ସପେକ୍ଟର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.