ମୁମ୍ବାଇ: ସଂଶୋଧିତ ନାଗରିକତା ଆଇନକୁ ନେଇ ଦେଶରେ ପରିସ୍ଥିତି ଅସମ୍ଭାଳ । ଜନସାଧାରଣଠୁ ନେଇ ସେଲିବ୍ରିଟି ମଧ୍ୟ ସିଏଏ ବିରୋଧ ପ୍ରଦର୍ଶନରେ ମାତିଛନ୍ତି। ଟ୍ବିଟ କରି ସରକାରଙ୍କ ବିରୋଧରେ କହିବା ଏବଂ ସିଏଏକୁ ବିରୋଧ କରୁଛନ୍ତି ସେଲିବ୍ରିଟି। ଏଥିରେ ସାମିଲ ଅଛନ୍ତି ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ।
ନିକଟରେ ଜାମିୟାମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସା ଉପରେ ସେ ଟ୍ବିଟ କରି ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଥିଲେ। ଏହା ପରଠୁ ଚର୍ଚ୍ଚା ଜୋର ଧରିଥିଲା ଯେ ତାଙ୍କୁ ‘ବେଟି ବଚାଓ, ବେଟି ପଢାଓ’ ଆମ୍ବାସଡାର ପଦରୁ ହଟାଯାଇଛି।ଯାହା ଉପରେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ମହିଳା ଶିଶୁ କଲ୍ୟାଣ ବିକାଶ ବିଭାଗ ତଥା ହରିୟାଣା ସରକାରଙ୍କ ଜଣେ ପ୍ରବକ୍ତା ।
![parineeti-chopra-open-voice-on-twitter-against-cab-govt-dismiss-her-with-beti-bachao-abhiyan](https://etvbharatimages.akamaized.net/etvbharat/prod-images/5447721_fse.png)
ସେ କହିଛନ୍ତି ଯେ ‘ବେଟି ବଚାଓ, ବେଟି ପଢାଓ’ ସହ ସମ୍ପୃକ୍ତ ଥିବା ଯେଉଁ ଖବର ଶୁଣିବାକୁ ମିଳୁଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ପରିଣୀତିଙ୍କ ସହ ଚୁକ୍ତି କେବଳ ଗୋଟିଏ ବର୍ଷର ଥିଲା । ଯାହା 2017 ଏପ୍ରିଲରେ ଶେଷ ହୋଇସାରିଛି। ଯାହାପରେ ଏହାକୁ ନବୀକରଣ କରାଯାଇନାହିଁ। ପ୍ରବକ୍ତାଙ୍କ ଏହି କଥାର ସୂଚନା ଟ୍ବିଟରେ ଦିଆଯାଇଛି।