ETV Bharat / sitara

ଭାରତକୁ କଟାକ୍ଷ କଲେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ

author img

By

Published : Sep 12, 2019, 6:22 PM IST

ଚନ୍ଦ୍ରଯାନ 2ର ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ଘଟଣାରେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ମଜାକ ଉଡାଇଛନ୍ତି । ଟ୍ବିଟରରେ ଏକ ପୋଷ୍ଟ କରି ଭାରତକୁ ଚନ୍ଦ୍ରରେ ଅନୁମତି ନାହିଁ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବୀନା ମଲିକ

ମୁମ୍ବାଇ: ବିଗ ବସ-4ର ପୂର୍ବତନ ପ୍ରତିଯୋଗୀ ତଥା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ଭାରତର ଚନ୍ଦ୍ରଯାନ-2 ବିଷୟରେ ଏକ ଘୃଣିତ ଟିପ୍ପଣୀ କରି ମଜାକ ଉଡାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ସେ ସେପ୍ଟେମ୍ବର 7ରେ ଟ୍ବିଟରରେ ଏକ ପୋଷ୍ଟ କରି ଭାରତର ଏଭଳି ପଦକ୍ଷେପକୁ କଟାକ୍ଷ କରିଥିଲେ । ଯେଉଁଦିନ ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ବୀନା ମଲିକ

ଏହାର ମଜାକ ଉଡାଇ ବୀଣା ଟ୍ବିଟରେ ଲେଖିଥିଲେ, ‘ଉପ୍ସ, ଚନ୍ଦ୍ର ଇଣ୍ଡିଆକୁ ମାମୁଁ ସଜାଇଛି । ଭାରତର ଚନ୍ଦ୍ରଯାନ-2 ଅସଫଳ ହୋଇଯାଇଛି ।’ ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଥିଲେ, ‘ଶୁଣିବାକୁ ମିଳୁଛି ଯେ ଏହି ମିଶନ ଅସଫଳ ହେବା ପଛରେ ଆଇଏସଆଇର ହାତ ଅଛି । ଚନ୍ଦ୍ରରେ ଭାରତୀୟକୁ ଅନୁମତି ନାହିଁ ।’

ପ୍ରକାଶ ଥାଉକି ବୀଣା ବଲିଉଡରେ 2000ରେ ରିଲିଜ ହୋଇଥିବା ଫିଲ୍ମ ‘ତେରେ ପ୍ୟାର ମେଁ’ ଜରିଆରେ ଡେବ୍ୟୁ କରିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ନଜର ଆସିଥିଲେ । ଏହାସହ ସେ ବିଗ ବସ ସିଜନ-4ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.