ETV Bharat / sitara

ନିଆରା ଢଙ୍ଗରେ ହୋଲି ପାଳିଲେ ଓଲିଉଡ ଷ୍ଟାର୍ସ

ଓଲିଉଡ ଷ୍ଟାର୍ସଙ୍କ ନିଆରା ହୋଲି । ଶହୀଦ ପରିବାରଙ୍କ ସହ ପାଳିଲେ ହୋଲି । ଏହି ଅବସରରେ ନଜର ଆସିଲେ ଓଲିଉଡର ଲୋକପ୍ରିୟ ଷ୍ଟାର୍ସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 21, 2019, 11:06 PM IST

ଭୁବନେଶ୍ବର: ଯେଉଁଠାରେ ଆଜି ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ପୁରା ଦେଶ । ସେହିଠାରେ ଆସନ୍ତାକାଲି ହୋଲି ଖେଳିବେ ଓଡ଼ିଶାବାସୀ । ସ୍କାର୍ଟ ସିଟି ରାସ୍ତା କଡ ଭରିଯାଇଛି ରଙ୍ଗ ଦୋକାନରେ । ହୋଲି ହେଉଛି ପ୍ରେମ, ଭାଇଚାରାର ଉତ୍ସବ । ଯାହାକୁ ସମସ୍ତେ ଖୁବ ଆନନ୍ଦରେ ପାଳନ କରିଥାଆନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଉ ଗୋଟିଏ ଦିନ ପରେ ହୋଲି ଖେଳିବାକୁ ଉତ୍ସାହିତ ଅଛି ପୁରା ସହର । ଏହି ଅବସରରେ କିପରି ଅବା ବାଦ ପଡିଥାଆନ୍ତା ଓଲିଉଡ । ହୋଲିର ଗୋଟିଏ ଦିନ ପୂର୍ବରୁ ଓଲିଉଡ ଷ୍ଟାର୍ସ ଏକ ନିଆର ଢଙ୍ଗରେ ପାଳନ କରିଛନ୍ତି ହୋଲି । ଷ୍ଟାର୍ସ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଯବାନଙ୍କ ପରିବାର ସହ ଖେଳିଛନ୍ତି ହୋଲି ।

ଏହି ହୋଲିର ସବୁଠାରୁ ମୁଖ୍ୟ କଥା ହେଲା କି ଷ୍ଟାର୍ସ ହର୍ବାଲ ରଙ୍ଗରେ ରଙ୍ଗେଇ ଥିଲେ । ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ସ୍ବପ୍ନା ପତି, ନିର୍ଦ୍ଦେଶକ ରାଜୁ ମିଶ୍ର, ସମାଜସେବୀ ନମ୍ରତା ଚଢା, ବାବୁସାନ୍ ଶହୀଦ ପରିବାର ସହ ହୋଲିକୁ ଶାନଦାର କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ହୁବଳି: ଆପଣଙ୍କ ଫୋନ ଯଦି କେଉଁଠି ଚୋରି କମ୍ବା ହଜିଯାଏ, ତେବେ ଏହାକୁ ପୁନଃ ପାଇବା କଷ୍ଟକର ।  ଆପଣ ନିଜ ଫୋନ ପାଇବା ପାଇଁ ନିଶ୍ଚୟ ପୋଲିସର ସହାୟତା ନେବେ । ବାସ୍ତବ କଥା ହେଲା IMEI ନମ୍ବରରୁ ଟ୍ରେସ କରି ଫୋନ ପାଇବା ଟେକନିକ ଆଉ କାମ ଦେବନି । କାହିଁକି ନା ଆପଣଙ୍କ ଫୋନର ଏହି ୟୁନିକ ନମ୍ବର ବିଲକୁଲ ବି ସୁରକ୍ଷିତ ନୁହେଁ । କାରଣ ଆପଣଙ୍କ ଏହି IMEI ନମ୍ବରକୁ ଚୋରମାନେ ଅତି ସହଜରେ ପରିବର୍ତ୍ତନ କରିଦେଉଛନ୍ତି । 

ୟୁନିକ ନମ୍ବରକୁ ଟ୍ରେସ କରି ଫୋନ ପାଖରେ ପହଞ୍ଚିବା, ପୁରୁଣା ଟେକନିକ ଥିଲା । ମାତ୍ର ଏକ ସଫ୍ଟୱେର ମାଧ୍ୟମରେ କିଛି ହ୍ୟାକର ଏହି ନମ୍ବରକୁ ଅତି ସହଜରେ ପରିବର୍ତ୍ତନ କରୁଥିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେବେ କିଛି ନାମୀଦାମୀ କମ୍ପାନୀର ଫୋନରେ IMEI ନମ୍ବର ଥାଏ, ଯାହା ଟ୍ୟାମ୍ପର ପ୍ରୁଫ ହୋଇଥିବା ସହ ଏହାକୁ ପରିବର୍ତ୍ତନ କରିବାକୁ 5 ମିନିଟ ସମୟ ଲାଗିଥାଏ । 

ତେବେ କିଛି ବର୍ଷ ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗୁଥିଲା, IMEI ନମ୍ବର ଏକଦମ ସୁରକ୍ଷିତ ଏବଂ ଏହାକୁ କେହି ହ୍ୟାକ କରି ପାରିବେନି । ହେଲେ ଏବେ IMEI ନମ୍ବର ହ୍ୟାକ ହେଉଥିବାରୁ ମୋବାଇଲ ଚୋରି ହେଲେ ମିଳିବା କହିବା କଷ୍ଟକର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.