ETV Bharat / sitara

‘ଝିଅ ନୁହେଁ ତୁ କୋରୋନା ଭାଇରସ’ ଗୀତ ଗାଇ ହଟହଟା ହ୍ୟୁମାନ ସାଗର

author img

By

Published : Mar 18, 2020, 9:33 AM IST

କୋରୋନା ଉପରେ ଗୀତ ଗାଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ଅଧିକ ପଢନ୍ତୁ...

humane sagar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ୟୁମାନ ସାଗର

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସକୁ ନେଇ ସାରା ବିଶ୍ବ ଭୟଭୀତ । ଏହି ଭାଇରସରେ ସଂକ୍ରମିତ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି । ଆଉ ଧିରେ ଧିରେ କରି ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଚାଲିଛି। ଭାରତରେ ମଧ୍ୟ ଏଯାବତ 147 ମାମଲା ସାମ୍ନାକୁ ଆସିସାରିଲାଣି । ସେପଟେ ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ବଲିଉଡ ଠୁ ନେଇ ହଲିଉଡ ଷ୍ଟାର୍ସ ସୋସିଆଲ ମିଡିଆରେ ଅପିଲ କରିବାରେ ଲାଗିଛନ୍ତି। ହେଲେ ଇତିମଧ୍ୟରେ ଓଲିଉଡର ଫେମସ ଗାୟକ ହ୍ୟୁମାନ ସାଗର କୋରୋନା ଉପରେ ଗୀତ ଗାଇ ସୋସିଆଲ ମିଡିଆରେ ହଟହଟା ହୋଇଛନ୍ତି।

  • " class="align-text-top noRightClick twitterSection" data="">

ଆଜ୍ଞା ହଁ, ସବୁବେଳେ ନିଜ ଗୀତ ପାଇଁ ଚର୍ଚ୍ଚାରେ ରହୁଥିବା ହ୍ୟୁମାନ ବର୍ତ୍ତମାନ କୋରୋନା ଭାଇରସ ଉପରେ ଗୀତ ଗାଇ ସମସ୍ୟାରେ। ଯେଉଁଠାରେ ପୁରା ବିଶ୍ବ କୋରୋନା ଭାଇରସ ସହ ଲଢୁଛି, ସେହିଠାରେ ଝିଅଙ୍କୁ କୋରୋନା ଭାଇରସ ସହ ତୁଳନା କରି ସମାଲୋଚନା ଶିକାର ହୋଇଛନ୍ତି ହ୍ୟୁମାନ । ‘ଝିଅ ନୁହେଁ ତୁ କୋରୋନା ଭାଇରସ’ ଗୀତକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚା । ଏଭଳି ପ୍ରସଙ୍ଗ ଉପରେ ଗୀତ ଗାଇ ଜନସାଧାରଣଙ୍କ ଭାବନା ସହ ଖେଳିଛନ୍ତି ହ୍ୟୁମାନ ବୋଲି ଅଭିଯୋଗ ଲଗାଇଛନ୍ତି ଅନେକ ୟୁଜର୍ସ। ଫେସବୁକ, ଟ୍ବିଟର ଓ ଇନଷ୍ଟାଗ୍ରାମରେ ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ମଧ୍ୟ ସୃଷ୍ଟି ହୋଇଛି ।

ସେପଟେ ହ୍ୟୁମାନ ଗୀତ ରେକର୍ଡିଂ କରିସାରିବା ପରେ କହିଥିଲେ କୋରୋନା ଭାଇରସ ଉପରେ ଗୀତ ନିର୍ମାଣ ହୋଇଗଲା । ଯାହାକୁ ଗାଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି । ଏହାସହ ସେ ଗୀତକୁ କମେଡି କହି ପ୍ରଂଶସା ମଧ୍ୟ କରିଥିଲା । ପ୍ରକାଶ ଥାଉକି ଗୀତଟି ଚଳିତ ମାସ 7 ତାରିଖରେ ଏହି ଗୀତଟିକୁ ୟୁଟ୍ୟୁବରେ ଅପଲୋଡ କରାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଆଉ ବର୍ତ୍ତମାନ ବିଭିନ୍ନ ନକାରାତ୍ମକ କମେଣ୍ଟ କରି ନିଜ କ୍ରୋଧ ପ୍ରକାଶ କରିବାରେ ଲାଗିଛନ୍ତି ୟୁଜର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.