ଭୁବନେଶ୍ବର: ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଛନ୍ତି ଓଲିଉଡର ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସେ ବିବାହ ପରଠୁ ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ଏଥର ପିଙ୍କ୍ ଆଉଟଫିଟ୍ରେ ଦେଖିବାକୁ ମିଳୁଛି ତାଙ୍କ ଜଲୱା । ଭାଇରାଲ ହେଉଛି ତାଙ୍କ ପୋଷ୍ଟ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି । ଯାହା ତାଙ୍କ କୌଣସି ଫଟୋସୁଟର ଜଣାପଡୁଛି । ପିଙ୍କ ଆଉଟଫିଟ୍ରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ ।
ସେପଟେ ଫ୍ୟାନ୍ସ କମେଣ୍ଟ କରି ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ‘ଆକର୍ଷଣୀୟ ଲୁକ ମ୍ୟାମ ।’ ପ୍ରକାଶ ଥାଉକି ନିକଟରେ ସେ ନିଜର ଏକ ଥ୍ରୋବ୍ୟାକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ନ୍ୟୁୟର୍କ ସିଟିରେ ବୁଲୁଥିବାର ନଜର ଆସୁଥିଲେ ।